୪ ବିଦ୍ୟୁତ୍ ତାର ଚୋରଙ୍କୁ ଗିରଫ କଲା ପୁଲିସ

ବାଲୋଶ୍ବର : ବାଲେଶ୍ବର ଜିଲ୍ଲାର ଲଙ୍ଗଲେଶ୍ବରର ଏକ କବାଡ଼ିଆ ଗୋଦାମରୁ ସାଢ଼େ ୩ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ଚୋରା ବିଦ୍ୟୁତ ତାର ଏବଂ ସ୍କୋରପିଓ ଗାଡି ଜବତ ମାମଲାରେ ପୁଲିସ ୪ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ସେକ ଉସମାନ, ନିଗମାନନ୍ଦ ବେହେରା, ବାପୁନ ବିନ୍ଧାଣି, ସୁନୀଲ ହେମ୍ବ୍ରମ। ଏନେଇ ବସ୍ତା ଏସ୍ଡିପିଓ ରଣଜିତ କୁମାର ପୃଷ୍ଟି ଏବଂ ଆଇଆଇସି ଧନେଶ୍ୱର ସାହୁଙ୍କ ଶନିବାର ବସ୍ତା ଥାନାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀ ଏହି ସୂଚନା ଦେଇଛନ୍ତି। ଆଜି ସେମାନଙ୍କୁ କୋର୍ଟ ଚାଲଣ କରାଯିବ।