ମଦର ଟେରେସାଙ୍କ ୧୦୯ତମ ଜୟନ୍ତୀ ସମାରୋହ ପାଳିତ

ଭୁବନେଶ୍ବର : ଆଜି ମଦର ଟେରେସାଙ୍କ ପବିତ୍ର ଜୟନ୍ତୀ ସମାରୋହ ଭୁବନେଶ୍ବରର ଗୁରୁକେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରଠାରେ ପାଳନ କରାଯାଇଛିା ଏହି ସମାରୋହରେ ଓଡିଶାର ଅଗ୍ରଣୀ ଶିକ୍ଷା ଓ ସ୍ବେଚ୍ଛାସେବୀ ସଂଗଠନ କଳିଙ୍ଗ ଆଡଭାନ୍ସଡ୍ ଏଜୁକେସନ ଆଣ୍ଡ ଚାରିଟେବୁଲ ଟ୍ରଷ୍ଟ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଥିଲା। ଏଥିରେ ବିଶିଷ୍ଟ ସମାଜସେବି ତଥା ବୁଦ୍ଧିଜୀବି,ଚିନ୍ତା ନାୟକ, ଯୁବସଂଗଠକ ଓ ଶିକ୍ଷକ ଗଣ ଯୋଗଦେଇଥିଲୋ
ଏହି ଉତ୍ସବକୁ ପଦ୍ମଶ୍ରୀ ଭବାନୀଚରଣ ପଟ୍ଟନାୟକ ଉଦଘାଟନ କରିଥିବା ବେଳେ ବରିଷ୍ଠ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ବିଷ୍ଣୁ ଚରଣ ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ସଭାରେ ପୂର୍ବତନ ପୁଲିସ୍ ମହାନିର୍ଦ୍ଦେଶକ ତଥା ସାହିତ୍ୟିକ ଶରତ ଚନ୍ଦ୍ର ମିଶ୍ର ନିଜର ବକ୍ତବ୍ୟ ରଖିଥିଲେ। ମନ୍ୟବର ବିଧାୟକ ଉତ୍ତର ଭୁବନେଶ୍ବର ସୁଶାନ୍ତ କୁମରା ରାଉତ ବିଶିଷ୍ଟ ଅତିଥି ଭାବେ ଯୋଗ ଦେଇଥିଲେ। ବରିଷ୍ଠ ସମ୍ବାଦିକ ତଥା ସ୍ତମ୍ଭକାର ସୁଜ୍ଞାନ ଚୌଧୁରୀ ସଭାପତିତ୍ବ କରିଥିଲେ।
ଏହି ଅବସରେ ଅବାହାକ ଦୂର୍ଗାଚରଣ ପଣ୍ଡା କହିଥିଲେ କି ଓଡ଼ିଶାରେ ପୂଜ୍ୟ ପୂଜାର ପରମ୍ପରାକୁ ବଜାଇ ରଖିବା ଲକ୍ଷ୍ୟରେ ଆଗାମି ଦିନରେ ଏହି ସବୁ କାର୍ଯ୍ୟକ୍ରମ ଜାରି ରହିବ।