ସ୍ତ୍ରୀର କଟାମୁଣ୍ଡ ଆଣି ଥାନାରେ ଆତ୍ମସମର୍ପଣ କଲା ସ୍ବାମୀ

ପୁରୀ : ଅସ୍ତରଙ୍ଗ ଥାନା ଅନ୍ତର୍ଗତ ରାଇବେରୁହାଁ ଗ୍ରାମରେ ଅଭାବନୀୟ କାଣ୍ଡ ଘଟିଛି। ସ୍ତ୍ରୀ ଚରିତ୍ରକୁ ସନ୍ଦେହ କରି ଗଣ୍ଡିରୁ ମୁଣ୍ଡକୁ ଅଲଗା କରିଛି ସ୍ବାମୀ। କଟାମୁଣ୍ଡକୁ ବ୍ୟାଗରେ ଧରି ଆଠ କିଲୋମିଟର ସାଇକେଲ ଯୋଗେ ଅସ୍ତରଙ୍ଗ ଥାନାରେ ସ୍ବାମୀ ପହଞ୍ଚିଛି ଆତ୍ମସମର୍ପଣ କରିଛି।
ଅଭିଯୁକ୍ତ ସ୍ବାମୀର ନାଁ ଗଣେଶ୍ବର ବେଉରା ବୋଲି ଜଣା ପଡ଼ିଛି। ଅଭିଯୁକ୍ତ ଗଣେଶ୍ବର ଚେନ୍ନାଇରେ ବ୍ୟବସାୟ କରୁଥିଲା। ଉଭୟଙ୍କର ୮ବର୍ଷ ତଳେ ବିବାହ ହୋଇଥିଲା। ଉଭୟଙ୍କର ୧୯ମାସର ଏକ କନ୍ୟା ସନ୍ତାନ ମଧ୍ୟ ରହିଛି। ସେ ସ୍ତ୍ରୀକୁ ମଧ୍ୟ ଚେନ୍ନାଇ ନେଇଯାଇଥିଲା। କିନ୍ତୁ କିଛି ଦିନ ତଳେ ସେମାନେ ଗାଁକୁ ଆସିଥିଲେ।ମୃତ ସ୍ତ୍ରୀଙ୍କ ନାଁ ଅନ୍ନପୂର୍ଣ୍ଣା।