Odisha Link
Bridging the Missing Links in Odisha

ଓଡ଼ିଶା ପିସିସି: ନିରଞ୍ଜନଙ୍କୁ ଛାଡ଼ି ବାକି ସବୁ ବିଦା

ଭୁବନେଶ୍ବର: ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି(ପିସିସି)କୁ ଭାଙ୍ଗି ଦେଇଛନ୍ତି ଦଳର ଜାତୀୟ ଅଧ୍ୟକ୍ଷା ସୋନିଆ ଗାନ୍ଧୀ। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଓ କାର୍ଯ୍ୟକାରୀ ସଭାପତିଙ୍କୁ ଛାଡ଼ି ପିସିସି ଓ ଓଡ଼ିଶା କଂଗ୍ରେସର ଅନ୍ୟ ସମସ୍ତ କମିଟିରୁ ସମସ୍ତଙ୍କୁ ବିଦା କରିଦିଆଯାଇଛି। ଏନେଇ ପ୍ରେସ୍‌ ବିଜ୍ଞପ୍ତି ମାଧ୍ୟମରେ ସୂଚନା ଦେଇଛନ୍ତି ଏଆଇସିସି ସାଧାରଣ ସଂପାଦକ କେସି ବେନୁଗୋପାଳ।

ଏଥିରୁ ସ୍ପଷ୍ଟ ଯେ, ପୂର୍ବପରି କଂଗ୍ରେସର ମଙ୍ଗ ଧରିବେ ଓଡ଼ିଶା ପିସିସି ସଭାପତି। ବଦଳିବେନି ନିରଞ୍ଜନ ପଟ୍ଟନାୟକ। ଏଥିସହିତ କାର୍ଯ୍ୟକାରୀ ସଭାପତି ଚିରଞ୍ଜିବ ବିଶ୍ବାଳ ଓ ପ୍ରଦୀପ ମାଝୀ ମଧ୍ୟ ନିଜ ପଦରେ ପୂର୍ବଭଳି ରହିବେ। ତେବେ ବିଧାନସଭା ଓ ଲୋକସଭା ନିର୍ବାଚନ ସମୟରେ ଗଠନ ହୋଇଥିବା ବିଭିନ୍ନ କମିଟି ଗୁଡିକୁ ଭଙ୍ଗ କରିଛି ଏଆଇସିସି।

Comments are closed.