Odisha Link
Bridging the Missing Links in Odisha

ଏଣିକି ୧ ଟଙ୍କାରେ ମିଳିବ ସାନିଟାରୀ ନାପକିନ୍

ନୂଆଦିଲ୍ଲୀ: ମହିଳା ଓ ଯୁବତୀଙ୍କ ପାଇଁ ଖୁସି ଖବର। ଏଣିକି ୧ ଟଙ୍କାରେ ମିଳିବ ସାନିଟାରୀ ନାପକିନ୍। କେନ୍ଦ୍ର ସରକାର ମହିଳା ଓ ଯୁବତୀଙ୍କୁ ୧ ଟଙ୍କାରେ ସାନିଟାରୀ ନାପକିନ୍ ଯୋଗାଇ ଦେବେ। ପ୍ରତି ଜନ ଔଷଧି କେନ୍ଦ୍ରରୁ ମହିଳା, ଯୁବତୀ ଓ ଛାତ୍ରୀମାନେ ଏହାକୁ କିଣି ପାରିବେ। କେନ୍ଦ୍ର ରସାୟନ ଓ ସାର ରାଷ୍ଟ୍ରମନ୍ତ୍ରୀ ମନସୁଖ୍ ମାଣ୍ଡଭିୟା ଏହି ସୂଚନା ଦେଇଛନ୍ତି।

ବର୍ତ୍ତମାନ ଜନ ଔଷଧୀ କେନ୍ଦ୍ରରେ ଏହି ସାନିଟାରୀ ନାପକିନ୍ ଦୁଇ ଟଙ୍କା ୫୦ ପଇସାରେ ବିକ୍ରି ହେଉଥିବା ବେଳେ ଆଜିଠାରୁ ଏହା ଏକ ଟଙ୍କାରେ ବିକ୍ରି ହେବ। ୪ଟି ପ୍ୟାଡ୍ ବିଶିଷ୍ଟ ଗୋଟିଏ ପ୍ୟାକେଟ୍‌ ୧୦ ଟଙ୍କାରେ ବିକ୍ରି ହେଉଥିଲା। ହେଲେ ଏବେ ଏହା ମାତ୍ର ୪ ଟଙ୍କାରେ ଉବଲବ୍ଧ ହେବ ବୋଲି ମଣ୍ଡଭିୟା କହିଛନ୍ତି। ଦେଶର ବିଭିନ୍ନ ରାଜ୍ୟରେ ଥିବା ପ୍ରାୟ ୫ ହଜାର ୫୦୦ ଜନଔଷଧୀ କେନ୍ଦ୍ରରେ ଏହି ସୁବିଧା ମିଳି ପାରିବ।

Comments are closed.