Odisha Link
Bridging the Missing Links in Odisha

ଚାଷୀପାଇଁ ପାଇଲଟ ପ୍ରକଳ୍ପ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ପୁଣି ଚାଷୀମାନଙ୍କ ମନରେ ହସ ଫୁଟାଇଛନ୍ତି ରାଜ୍ୟ ସରକାର ଆରମ୍ଭ କରିଛନ୍ତି ଆଉ ଏକ ନୂଆ ଯୋଜନା। ଚାଷୀମାନଙ୍କର ଆୟକୁ ବହୁଗୁଣ କରିବା ପାଇଁ ପାଇଲଟ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ପ୍ରକଳ୍ପରେ ୧୨ଟି ସଂସ୍ଥାର ଗବେଷଣା ରିପୋର୍ଟକୁ କାର୍ଯ୍ୟକାରୀ କରାଯିବ। ପ୍ରାରମ୍ଭିକ ପର୍ଯ୍ୟାୟରେ ଏକ ହଜାର ଚାଷୀଙ୍କୁ ନେଇ କାର୍ଯ୍ୟକାରୀ ହେବ। ଚାଷୀଙ୍କ ଶିକ୍ଷା, ସ୍ୱାସ୍ଥ୍ୟ, ଆର୍ଥିକ ମାନଦଣ୍ଡ ବୃଦ୍ଧି ଏହି ପ୍ରକଳ୍ପର ମୁଖ୍ୟ ଉଦ୍ଦେଶ୍ୟ। ଏହି ପ୍ରକଳ୍ପ ପାଇଁ ୨ବର୍ଷ ଅବଧି, ୫କୋଟି ୨୦ଲକ୍ଷ ଟଙ୍କା ମଞ୍ଜୁର କରାଯାଇଛି।

Comments are closed.