କୋରାପୁଟ ସେମିଳିଗୁଡ଼ାରେ ଖୋଲିଲା ରିଲାଏନ୍ସ ସ୍ମାର୍ଟ ଷ୍ଟୋର

ଭୁବନେଶ୍ବର : ରିଲାଏନ୍ସ ରିଟେଲର ବୃହତ ଆକାରର ଗ୍ରୋସରି ସୁପରମାର୍କେଟ ବ୍ରାଣ୍ଡ୍ ରିଲାଏନ୍ସ ସ୍ମାର୍ଟ ପକ୍ଷରୁ ସେମିଳିଗୁଡା ବସ୍ ଷ୍ଟାଣ୍ଡ୍ ନିକଟସ୍ଥ ବିଶ୍ବଳ କମ୍ପ୍ଳେକ୍ସରେ ସେମିଳିଗୁଡାର ପ୍ରଥମ ରିଲାଏନ୍ସ ସ୍ମାର୍ଟ ଷ୍ଟୋର ଖୋଲାଯାଇଛିା ଗୋଟିଏ ଛାତ ତଳେ ଗ୍ରୋସରି, ଫଳ ଓ ପନିପରିବା, ଦୁଗ୍ଧ ଠାରୁ ଆରମ୍ଭ କରି କିଚେନ ଓୟାର ଏବଂ ହୋମ ଓୟାର ଇତ୍ୟାଦି ପର୍ଯ୍ୟନ୍ତ ବ୍ୟାପକ ପ୍ରକାରର ଉତ୍ପାଦକୁ ପ୍ରଦାନ କରି ଏହି ଷ୍ଟୋର ୱାନ-ଷ୍ଟପ ସପିଙ୍ଗ ଅନୁଭୁତି ପ୍ରଦାନ କରୁଛିା
ରିଲାଏନ୍ସ ସ୍ମାର୍ଟ ବର୍ଷ ତମାମ ଏହାର ବ୍ୟାପକ ବର୍ଗର ଉତ୍ପାଦର ଏମ.ଆର.ପି ଉପରେ ସର୍ବନିମ୍ନ ୫ ନିଶ୍ଚତ ରିହାତି ଓ ୧୪୯୯ ଟଙ୍କାର ସର୍ବନିମ୍ନ କିଣାକିଣି ଉପରେ ୯ ଟଙ୍କାରେ ୧ କେଜି ଚିନି ପ୍ରଦାନ କରିବା ଭଳି ଅନେକ ଆକର୍ଷଣୀୟ ଅଫର ସହ ମାସିକିୟା ଗ୍ରୋସରି ସପିଙ୍ଗ ପାଇଁ ସାରା ଭାରତର ପସନ୍ଦର ସୁପରମାର୍କେଟ ଭାବେ ଉଭା ହୋଇଛିା ପୁନଶ୍ଚ , ନିତିଦିନିଆ ଖାଦ୍ୟ ସାମଗ୍ରୀ ଏବଂ ଫଳ ଓ ପନିପରିବା ଇତ୍ୟାଦି ଏହା ପ୍ରତିଦିନ ସୁଲଭ ମୂଲ୍ୟରେ ପ୍ରଦାନ କରୁଛନ୍ତି ।
ସେମିଳିଗୁଡାର ଷ୍ଟୋର ଖୋଲିବା ସହ ରିଲାଏନ୍ସ ସ୍ମାର୍ଟ ଓଡିଶା ସଂଖ୍ୟା ୬ରେ ପହଞ୍ଚିଛି। ଏହି ୧୨,୦୦୦ ବର୍ଗଫୁଟର ବିଶାଳ ଷ୍ଟୋର ଭଲ ଭାବରେ ଭଲ ଭାବେ ସୂଚନା ପ୍ରଦାନ କରିପାରୁଥିବା ଗ୍ରାହକ ସହଯୋଗୀ , ଚଳମାନ ଡିଜାଇନ ଓ ଲେଆଉଟ୍ ଆକର୍ଷଣୀୟ ମୂଲ୍ଯରେ ଗୁଣା କ ଉତ୍ପାଦ ରହିଛି ଯାହା ବିନମ୍ରତାର ସବ ଗ୍ରାହକଙ୍କ ହୃଦୟ ଜୟ କରିବ ଏବଂ ସେମାନଙ୍କ ନିତିଦିନିଆ ଜୀବନର ଏକ ଅଂଶ ହେବ। ଆଧିକନ୍ତୁ , ପାୱାର ଅଫ ୯ ଭଳି ଉଦଘାଟନୀ ଅଫର ଯାହା ୧ ଲିଟର ମିଲ୍ମି-ମୁ ଦୁଗ୍ଧ, ପ୍ଲାଷ୍ଟିକ କଣ୍ଟେନର ସେଟ ଇତ୍ୟାଦି ଅନେକ ଉପାଦାନ ମାତ୍ର ଏକ ଟଙ୍କାରେ (୯୯୯ ଟଙ୍କାରୁ ଅଧିକ କିଣାକିଣି ଉପରେ) ପ୍ରଦାନ କରିବ , ଯାହା ନିଶ୍ଚିତ ରୂପେ ଅଧିକ ଗ୍ରାହକଙ୍କୁ ଆକୃଷ୍ଟ କରିବ।
ବର୍ଷ ବର୍ଷ ଧରି ରିଲାଏନ୍ସ ସ୍ମାର୍ଟ, ନିଜର ଗ୍ରାହକଙ୍କର ନିତିଦିନିଆ ଆବଶ୍ୟକତା ଠାରୁ ଆରମ୍ଭ କରି ସ୍ବତ ଅବସରର୍ ଆବଶ୍ୟକ ପଡୁଥିବା ଉତ୍ପାଦକୁ ଆକର୍ଷଣୀୟ ମୂଲ୍ୟରେ ଯୋଗାଇ ଆସିଛି। ଗ୍ରାହକଙ୍କ ଉପରେ ଅଧିକ ରୁ ଅଧିକ ଧ୍ୟାନ ଦେବା ସହିତ ରିଲାଏନ୍ସ ସ୍ମାର୍ଟ ସହିତ ରିଲାଏନ୍ସ ସ୍ମାର୍ଟ ବୃହତ ଫର୍ମାଟରେ ବ୍ୟାପକ ବର୍ଗର ଉତ୍ପାଦ ଓ ଗ୍ରାହକଙ୍କ ଘର ନିକଟରେ ପହଞ୍ଚି ଗ୍ରାହକ ମାନଙ୍କୁ ସର୍ବଶ୍ରେଷ୍ଠ ସପିଙ୍ଗ ଅନୁଭୂତି ପ୍ରଦାନ କରୁଛି। ବର୍ତ୍ତମାନ ରିଲାଏନ୍ସ ସ୍ମାର୍ଟ ଷ୍ଟୋରଗୁଡ଼ିକର ଉପସ୍ଥିତି ଦେଶର ୧୧୫ ସହରରେ ରହିଛି।