Odisha Link
Bridging the Missing Links in Odisha

ସ୍କୁଲ କର୍ମଚାରୀଙ୍କ ମୃତଦେହ ଉଦ୍ଧାର

ମୋହନା : ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ଲୁଡରୁ ଆଶ୍ରମ ସ୍କୁଲ ପିଅନଙ୍କୁ ହତ୍ୟା କରାଯାଇଛି। ପଥରରେ ଛେଚି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ସ୍କୁଲ ପରିସର ସ୍ଥିତ ବାସଭବନରୁ ମୃତଦେହ ମିଳିଛି। ମୃତ ପିଅନ ହେଲେ ଜଗନ୍ନାଥ କାର୍ଜି ।
ତେବେ ତାଙ୍କ ପୁଅ ତାଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଗତ କିଛି ବର୍ଷ ହେଲା ଲାଗି ରହିଥିଲା ପାରିବାରିକ କଳହ। ଘଟଣାସ୍ଥଳରେ ମୋହନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Comments are closed.