Odisha Link
Bridging the Missing Links in Odisha

ଗାଧୋଇବାକୁ ଗଲାବେଳେ ବିଜୁଳି ଖୁଣ୍ଟ ମାଡ଼ିବସିଲା, ୨ ଯୁବକ ମୃତ

ଭୁବନେଶ୍ୱର : ଏମିତି ବି ମୃତୁ୍ୟ ଆସେ। କେତେବେଳେ କାହା ଜୀବନରେ କ’ଣ ଘଟିଯିବ ତାହା କାହାକୁ ଜଣାନାହିଁ। ତାହାର ଏକ ନଜିର ବାଲିଗୁଡ଼ା ଅଂଚଳରେ ଦେଖିବାକୁ ମିଳିଛି। ଦୁଇ ଯୁବକ ସାଙ୍ଗ ହୋଇ ଗାଧୋଇବାକୁ ଯାଉଥିଲେ। ବିଲ ହୁଡ଼ା ଦେଇ ଗାଧୋଇବାକୁ ଯାଉଥିବାବେଳେ ହଠାତ ବିଜୁଳି ଖୁଣ୍ଟ ତାଙ୍କ ଉପରେ ମାଡ଼ି ବସିଥିଲା। ବିଲ ଦେଇ ଯାଇଥିବା ବିଜୁଳି ଖୁଣ୍ଟର ମୂଳ ପାଣି ପଶି ଦୁର୍ବଳ ହୋଇଯାଇଥିବାରୁ ତାହା ଉପୁଡ଼ି ଯାଇଥିଲା। ଖୁଣ୍ଟଟି ସିଧା ଯାଇ ଦୁଇ ଯୁବକଙ୍କ ମୁଣ୍ଡ ଉପରେ ପଡ଼ିଥିଲା। ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଯୁବକ ଦୁଇ ଜଣ ଆର୍ତ ଚିତ୍କାର କରୁଥିବାବେଳେ ନିକଟରେ ଥିବା ଲୋକମାନେ ଧାଇଁ ଯାଇଥିଲେ। କିନ୍ତୁ ଉଦ୍ଧାର କରିବା ବେଳକୁ ସେମାନଙ୍କର ମୃତୁ୍ୟ ହୋଇଯାଇଥିଲା। ଅପରପକ୍ଷରେ ଉଦ୍ଧାର କରିବାକୁ ଯାଇ ଆଉ ଦୁଇ ଜଣ ଯୁବକ ଆହତ ହୋଇଥିବା ଜାଣିବାକୁ ମିଳିଛି। ଏମିତି ଏକ ଦୁଃଖଦାୟକ ଘଟଣା ଦାରିଙ୍ଗବାଡ଼ି ଥାନା କାଲିଙ୍ଗବାଡ଼ି ଗାଁରେ ଘଟିଛି। ଦୁଇ ମୃତକଙ୍କ ନାମ ରଞ୍ଜନ ପ୍ରଧାନ ଓ ଲିକୁ ପ୍ରଧାନ। ଏହି ଦୁଃଖଦାୟକ ଅଘଟଣ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳାଇ ଦେଇଛି।

Comments are closed.