Odisha Link
Bridging the Missing Links in Odisha

ରୁଷିଆ ଗସ୍ତରେ ମୋଦି: ରୁଷିଆର ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ ହେବେ ମୋଦି

ନୂଆଦିଲ୍ଲୀ: ରୁଷ୍‌ ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଭାରତ ଓ ରୁଷିଆ ମଧ୍ୟରେ ୨୦ଶ ବାର୍ଷିକ ସମ୍ମିଳନୀରେ ଯୋଗ ଦେଇଛନ୍ତି ମୋଦି। ସେ ସମ୍ମିଳନୀରେ ଯୋଗଦେଇ କହିଛନ୍ତି ଯେ, ରୁଷିଆ ଭାରତର ବିଶ୍ୱସ୍ତ ବନ୍ଧୁ। ଦୁଇ ଦେଶ ମଧ୍ୟରେ ଥିବା ସମ୍ପର୍କ ପୁରୁଣା। ଆମେ ଅନେକ ସମୟରେ ଦେଖା ହୋଇଛୁ। କିନ୍ତୁ ଅନେକ ପ୍ରସଙ୍ଗ ବାବଦରେ ଫୋନରେ କଥା ହୋଇଛୁ। ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଫୋନରେ କଥା ହୋଇ ଦେଶର ବିଭିନ୍ନ ପ୍ରସଙ୍ଗ ବାବଦରେ ଆଲୋଚନା କରିବାକୁ ମୁଁ କେବେ ସଙ୍କୋଚ ଅନୁଭବ କରେନାହିଁ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ଏହି ଅବସରରେ ଏକ ଉଚ୍ଚ ସ୍ତରୀୟ ବୈଠକ ବସିଥିଲା। ଯେଉଁଥିରେ ଦୁଇ ଦେଶ ମଧ୍ୟରେ ଅନେକ ପ୍ରସଙ୍ଗରେ ଦ୍ୱିପାକ୍ଷିକ ଚୁକ୍ତି ନେଇ ଆଲୋଚନା ହୋଇଥିଲା।

ଏଥିସହିତ ‘ମୋତେ ରୁଷିଆର ସର୍ବୋଚ୍ଚ ନାଗରିକ ସମାନରେ ସମ୍ମାନିତ କରାଯାଉଥିବାରୁ ରୁଷିଆବାସୀଙ୍କୁ ଧନ୍ୟବାଦ ଦେଉଛି।’ ଏହା କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ଏହି ସମ୍ମାନ ପାଇଁ ସମସ୍ତ ଭାରତୀୟଙ୍କୁ ମଧ୍ୟ ଶ୍ରେୟ ଦେଇଛନ୍ତି ପ୍ରଧାନମନ୍ତ୍ରୀ। ଆସନ୍ତାକାଲି ଇଷ୍ଟର୍ଣ୍ଣ ଇକୋନମିକ୍ ଫୋରମର ବୈଠକ ରହିଛି। ଦୁଇ ଦେଶର ସମ୍ପର୍କକୁ ଏହି ବୈଠକ ନୂଆ ଦିଗ ବୋଲି ବ୍ଲାଦୋବୋସ୍ତୋକରେ ପ୍ରଧାନମନ୍ତ୍ରୀ କହିଛନ୍ତି।

ଏହାପରେ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନଙ୍କ ସହ ଜେଭେଜଡା ସିପ୍ ବିଲ୍ଡିଂ କମ୍ପଲେକ୍ସରେ ତାଙ୍କର ଦେଖା ହୋଇଥିଲା। ଏହି ସମୟରେ ଉଭୟ ପରସ୍ପର ସହ ହାତ ମିଳାଇବା ସହିତ କୁଣ୍ଢାଇ ନିଜ ବନ୍ଧୁତ୍ୱର ପରିଚୟ ସାରା ଦୁନିଆକୁ ଦେଖାଇଥିଲେ। ଏହାପରେ ବ୍ଲାଦିବୋସ୍ତୋକରେ ଦୁଇ ଦେଶର ମୁଖ୍ୟଙ୍କ ମଧ୍ୟରେ ଉଚ୍ଚ ସ୍ତରୀୟ ବୈଠକ ବସିଥିଲା।

Comments are closed.