Odisha Link
Bridging the Missing Links in Odisha

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କଲେ ଆମିକସ କ୍ୟୁରି ଓ ସଲିସିଟର ଜେନେରାଲ

ଭୁବନେଶ୍ବର : ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କଲେ ଓଡିଶା ଗସ୍ତରେ ଥିବା ଆମିକସ କ୍ୟୁରି। ମିଳିଥିବା ସୂଚନା ଅନୁସାରେ, ସକାଳ ପ୍ରାୟ ୭: ୧୫ ମିନିଟ୍ ସମୟରେ ଆମିକସ୍ କ୍ୟୁରି ରଞ୍ଜିତ କୁମାର ଏବଂ ସଲିସିଟର୍ ଜେନେରାଲ୍ ତୁଷାର ମେହେଟା ହୋଟେଲ୍ରୁ ଆସି ଶ୍ରୀମନ୍ଦିର ପରିଦର୍ଶନ କରିଛନ୍ତି। ବେଢ଼ା ମଧ୍ୟକୁ ଯାଇ ଉଭୟ ରୋଷଘର ଚତୁର୍ପାଶ୍ୱରେ ବୁଲିବା ସହ ଭିତରର ସ୍ଥିତି ଦେଖିବା ପରେ ଚାହାଁଣି ମଣ୍ଡପରୁ ଏମାର ମଠର ଭଗ୍ନାଂଶ ଓ ପାରିପାର୍ଶ୍ୱିକ ସ୍ଥତି ଅନୁଧ୍ୟାନ କରିଛନ୍ତି। ସେମାନେ ମେଘନାଦ ପାଚେରି କଡ଼କୁ ଯାଇ ଶ୍ରୀମନ୍ଦିରର ପାରିପାର୍ଶ୍ୱିକ ସ୍ଥିତି ମଧ୍ୟ ଅବଲୋକନ କରୁଛନ୍ତି।
ଏହା ପରେ ଆମିକସ୍ କ୍ୟୁରି ଉଚ୍ଛେଦ ସଂକ୍ରାନ୍ତ ରିପୋର୍ଟ ସଂଗ୍ରହ ନିମନ୍ତେ କେତେକ ସଙ୍ଗଠନ ସହ ଆଲୋଚନା କରିବେ। ସକାଳ ପ୍ରାୟ ୯ଟା ବେଳେ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କୁ ଭେଟି ସେ ଏ ସଂକ୍ରାନ୍ତରେ ଅଧିକ ଆଲୋଚନା କରିବେ। ଆମିକସ୍ କ୍ୟୁରି ଓ ସଲିସଟର୍ ଜେନେରାଲଙ୍କ ସହ ଡିଆଇଜି ଆଶିଷ କୁମାର ସିଂହ, ମୁଖ୍ୟ ପ୍ରଶାସନିକ ଅଧିକାରୀ କିଷନ୍ କୁମାର, ଜିଲ୍ଲାପାଳ ବଲଓ୍ଵନ୍ତ ସିଂହ ଏବଂ ଅନ୍ୟାନ୍ୟ ସରକାରୀ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଅଛନ୍ତି ।

Comments are closed.