Odisha Link
Bridging the Missing Links in Odisha

ଅତାବିରାରେ ୧୨ ଘଣ୍ଟିଆ ବନ୍ଦ

ବରଗଡ଼: ବରଗଡ଼ ଜିଲ୍ଲା ଅନ୍ତର୍ଗତ ଅତାବିରା ଏନ ଏସିରେ ଆଜି ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ବାରମ୍ୱାର ବିଦ୍ୟୁତ୍‌ ବିଭ୍ରାଟ ତଥା ୱେସକୋ ଅଫିସରେ କର୍ମଚାରୀ ନ ଥିବା ପ୍ରତିବାଦରେ ଅତାବିରାର ନଗର କଂଗ୍ରେସ ପକ୍ଷରୁ ଏହି ବନ୍ଦ ପାଳନ କରାଯାଉଛି। ଏଥିରେ ବଣିକ ସଂଘ ଓ ବିଭିନ୍ନ ଅନୁଷ୍ଠାନ ମଧ୍ୟ ସାମିଲ ହୋଇଥିବା ଜଣାଯାଇଛି।
ଅଭିଯୋଗ ଅନୁସାରେ, ଅତାବିରା ଅଞ୍ଚଳରେ ବାରମ୍ୱାର ବିଦ୍ୟୁତ୍‌ ବିଭ୍ରାଟ ଲାଗି ରହୁଛି। ଏନେଇ ୱେସକୋ କାର୍ଯ୍ୟାଳୟକୁ ଅଭିଯୋଗ କରିବାକୁ ଗଲେ ସେଠାରେ କୌଣସି କର୍ମଚାରୀଙ୍କ ଦେଖା ମିଳୁନାହିଁ। ଠିକ୍ ସେହିପରି ଅବସର ଗ୍ରହଣ କରୁଥିବା କର୍ମଚାରୀଙ୍କ ଜାଗାରେ ନୂଆ ଲୋକଙ୍କୁ ନିଯୁକ୍ତି ଦିଆଯାଉ ନଥିବାର ଅଭିଯୋଗ ବି ହୋଇଛି। ଏନେଇ ପୂର୍ବରୁ ବରଗଡ଼ର ୱେସକୋ ନିର୍ବାହୀ ଯନ୍ତ୍ରୀଙ୍କୁ ଜଣାଇଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆ ନ ଯିବାରୁ ଆଜି ଆନ୍ଦୋଳନ କରାଯାଉଥିବା କୁହାଯାଉଛି।

Comments are closed.