Odisha Link
Bridging the Missing Links in Odisha

ଫାଇନ୍‌ ଆଦାୟ: ୩ ମାସ କୋହଳ କଲେ ମୁଖ୍ୟମନ୍ତ୍ରୀ, ଦେଲେ ପରାମର୍ଶ

ଭୁବନେଶ୍ୱର: ଗାଡ଼ି ଚାଳକଙ୍କ ପାଇଁ ଖୁସି ଖବର। ଗାଡି ଚାଳକଙ୍କୁ ମିଳିଲା ବଡ ଆଶ୍ୱସ୍ତି। କାରଣ ନୂଆ ଟ୍ରାଫିକ୍ ନିୟମକୁ ନେଇ ବଡ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଆସନ୍ତା ୩ ମାସ ମଧ୍ୟରେ ଗାଡି ଚାଳକମାନେ ନିଜ ଗାଡିର ସମସ୍ତ କାଗଜପତ୍ର ପ୍ରସ୍ତୁତ କରିବାକୁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଉ ଏହା ସହ ବେପରୁଆ ଭାବେ ଗାଡିଚାଳନା ନକରିବା ପାଇଁ ଜନସାଧାରଣଙ୍କୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ଏଥିସହିତ ଲୋକମାନଙ୍କ ସୁବିଧା ପାଇଁ ଅଧିକରୁ ଅଧିକ କାଉଣ୍ଟର ଖୋଲିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ କାଉଣ୍ଟର ଖୋଲିବା ପାଇଁ ମୁଖ୍ରମନ୍ତ୍ରୀ ପରିବହନ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନାଥାଉକି, ଗତ ସେପ୍ଟେମ୍ବର ମାସ ୧ ତାରିଖରୁ ସାରା ଦେଶରେ ନୂଆ ଟ୍ରାଫିକ ନିୟମ ଲାଗୁ ହେବା ପରେ ଗାଡି ଚାଳକଙ୍କ ମଧ୍ୟରେ କୋକୁଆ ଭୟ ଖେଳିଯାଇଥିଲା। ବିଶେଷ କରି ମୋଟା ଅଙ୍କର ଜୋରିମାନାକୁ ନେଇ ଚିନ୍ତାରେ ପଡିଥିଲେ ଜନସାଧାରଣ। ତେବେ ନୂଆ ନିୟମକୁ ନେଇ ରାଜଧାନୀର ରାଜମହଲ ଛକ ରଣକ୍ଷେତ୍ର ପାଲଟିବା ପରେ ନିୟମରେ ଟିକିଏ କୋହଳ କରିଥିଲେ ସରକାର। ଆଉ ଆଜି ଗାଡି ଚାଳକଙ୍କ ପାଇଁ ବଡ ଆଶ୍ୱସ୍ତିକର ଖବର ଆସିଛି। ନୂଆ ଟ୍ରାଫିକ୍ ନିୟମ ଲାଗୁ ହେବା ପରେ ଜଣେ ଅଟୋ ଚାଳକଙ୍କ ଉପରେ ୫୨ ହଜାର ଟଙ୍କା ଫାଇନ୍ ପଡିବା ପରେ ଜନଆକ୍ରୋଶ ଜୋର ଧରିଥିଲା। ଆଉ ଯାହାର ପ୍ରତିଫଳନ ଦେଖିବାକୁ ମିଳିଥିଲା ରାଜଧାନୀର ରାଜମହଲ ଛକରେ। ପୁଲିସ୍ ଏବଂ ପବ୍ଲିକ ମଧ୍ୟରେ ଧସ୍ତାଧସ୍ତି ହେବା ପରେ ଶେଷରେ ନିୟମ କୋହଳ କରିବାକୁ ବାଧ୍ୟ ହୋଇଥିଲା ପ୍ରଶାସନ।

Comments are closed.