Odisha Link
Bridging the Missing Links in Odisha

କୁଖ୍ୟାତ ଆତଙ୍କବାଦୀ ମାସୁଦ ଅଜହରକୁ ଜେଲରୁ ମୁକ୍ତ କଲା ପାକିସ୍ତାନ!

ନୂଆଦିଲ୍ଲୀ: କୁଖ୍ୟାତ ଆତଙ୍କବାଦୀ ମାସୁଦ ଅଜହରକୁ ମୁକ୍ତ କଲା ପାକିସ୍ତାନ। ପାକିସ୍ତାନ ଲୁଚାଛପାରେ ଆତଙ୍କବାଦୀ ସଂଗଠନ ଜୈସ-ଏ-ମହମ୍ମଦର ମୁଖ୍ୟ ମାସୁଦ ମାସୁଦକୁ ଜେଲରୁ ମୁକ୍ତ କରିଥିବାର ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ହୋଇଛି। କେବଳ ଏତିକି ନୁହେଁ, ମାସୁଦ ମାସୁଦ ଭାରତରେ ଏକ ବଡ ଧରଣର ଆତଙ୍କବାଦୀ ଆକ୍ରମଣ ପାଇଁ ସେ ଷଡଯନ୍ତ୍ରର ଯୋଜନା କରୁଥିବାର ସୂଚନା ମିଳିଛି। ଇଣ୍ଟେଲିଜେନ୍ସ୍ ବ୍ୟୁରୋ ବା ଆଇବି କେନ୍ଦ୍ର ସରକାରଙ୍କୁ ଏ ବିଷୟରେ ସୂଚନା ଦେଇଛି ।

ରାଜସ୍ଥାନର ଭାରତ-ପାକିସ୍ତାନ ସୀମାରେ ଏକତ୍ର ହୋଇଥିବା ପାକ୍ ସୈନିକଙ୍କୁ ନେଇ ଆଲର୍ଟ କରିଛି ଇଣ୍ଟେଲିଜେନ୍ସ୍ ବ୍ୟୁରୋ। ପାକିସ୍ତାନ, ଭାରତ ବିରୋଧରେ ଏକ ବଡ ଷଡଯନ୍ତ୍ର ରଚୁଛି। ସୂଚନା ଅନୁସାରେ,ପାକିସ୍ତାନ ସିୟାଲକୋଟ-ଜମ୍ମୁ ଓ ରାଜସ୍ଥାନ ସେକ୍ଟରରେ ଗତ କିଛିଦିନ ଧରି ଏକ ବଡ ଧରଣର ଯୋଜନା ପ୍ରସ୍ତୁତ କରୁଛି।

ଭାରତ ସରକାର ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରିବା ପରେ ପାକ୍ ଏପରି କରୁଥିବା ଜଣାପଡିଛି। ଏହାସହ ଚୁଡାନ୍ତ ରୂପ ଦେବା ପାଇଁ ରାଜସ୍ଥାନ ସୀମାରେ ପାକିସ୍ତାନ ଅତିରିକ୍ତ ସୈନିକଙ୍କୁ ମୁତୟନ କରିଛି। ଏହି ଖବର ମିଳିବା ପରେ ବିଏସଏଫ ଓ ରାଜସ୍ଥାନ ସରକାରଙ୍କୁ ସତର୍କ ରହିବାକୁ କୁହାଯାଇଛି।

Comments are closed.