ସ୍କୁଲରେ ବସ୍ତାନୀ ବୋଝ ଯାଞ୍ଚ

ଭୁବନେଶ୍ବର: ରାଜଧାନୀର ବିଭିନ୍ନ ସ୍କୁଲରେ ଛାତ୍ରଛାତ୍ରୀଙ୍କ ସ୍କୁଲ ବ୍ୟାଗ ଯାଞ୍ଚ କରାଯାଉଛି। ଚଳିତ ଶିକ୍ଷାବର୍ଷରୁ ସ୍କୁଲ ବ୍ୟାଗ୍ ଓଜନ ନିୟମକୁ କଡ଼ାକଡ଼ି କରାଯାଇଛି। ପିଲାଙ୍କ ବସ୍ତାନୀ ବୋଝ ନେଇ ଆଜି ରାଜଧାନୀରେ ଶିଶୁ ଅଧିକାର ଆୟୋଗ ସ୍କ୍ୱାର୍ଡ ପକ୍ଷରୁ ଯାଞ୍ଚ କରାଯାଇଛି। ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଏହି ଯାଞ୍ଚ କରାଯାଇଛି। ସ୍କ୍ୱାର୍ଡରେ ଅଭିଭାବକ ସାମାଜିକ କର୍ମୀ ଓ ଅନ୍ୟମାନେ ସାମିଲ ହୋଇଥିଲେ। ଦୀର୍ଘଦିନ ଧରି ପିଲାଙ୍କ ଉପରେ ବସ୍ତାନି ବୋଝ ହେଉଥିବା ଦୀର୍ଘଦିନ ଧରି ହୋଇଆସୁଥିଲା। ଏହା ପରେ ଶିଶୁ ଅଧିକାର ଆୟୋଗ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି।
ସ୍କୁଲରେ ବସ୍ତାନୀ ବୋଝ ଯାଞ୍ଚ ବେଳେ କନକ ନ୍ୟୁଜ ସାମନାରେ ପିଲା କହିଛନ୍ତି ଯନ୍ତ୍ରଣାର କାହାଣୀ। ଓଜନିଆ ବ୍ୟାଗ ବୋଝରେ କେମିତି ସେମାନେ ଭାରାକ୍ରାନ୍ତ ହେଉଛନ୍ତି ସେ କଥା ବଖାଣିଛନ୍ତି। କେତେବେଳେ ଅଧିକ ବହିର ଆବଶ୍ୟକତା ରହୁଛି ତ ଆଉ କେବେ ଶିକ୍ଷକ ଶିକ୍ଷୟିତ୍ରୀ ବାଧ୍ୟ କରୁଛନ୍ତି ଅଧିକ ବହି ଖାତା ଆଣିବା ପାଇଁ। ଓଜନିଆ ବସ୍ତାନୀ ବୋଝରେ ବେକ, କାନ୍ଧ, ପିଠି ଓ ମେରୁଦଣ୍ଡ ଯନ୍ତ୍ରଣା ଭୋଗୁଛନ୍ତି ଛାତ୍ରଛାତ୍ରୀ। ବର୍ଷ ବର୍ଷ ଧରି ସେମାନେ ଏପରି ଯନ୍ତ୍ରଣା ଭୋଗୁଥିବା କଥା କ୍ୟାମେରା ସାମନାରେ କହିଛନ୍ତି।
ସ୍କୁଲ ବ୍ୟାଗ୍ ଓଜନ ନିୟମ ପାଳନ କରିବାକୁ ଗତ ମାର୍ଚ୍ଚ ମାସରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନିର୍ଦ୍ଦେଶ ଦେଇଥିଲା। ତେବେ ଅଧିକାଂଶ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ନିୟମକୁ ପାଳନ କରୁ ନାହାନ୍ତି। ତେଣୁ ନିୟମ ପାଳନ ହେଉଛି କି ନାହିଁ, ତାହାର ଲଗାତାର ଯାଞ୍ଚ ହେଉଛି।
Comments are closed.