Odisha Link
Bridging the Missing Links in Odisha

୬୯ ବର୍ଷ ବୟସରେ ପାଦ ଥାପିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଜାଣନ୍ତୁ କିଛି ଅଜଣା କଥା

ନୂଆଦିଲ୍ଲୀ: ଆଜି ହେଉଛି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମ ଦିନ। ଆଜି ୬୯ ବର୍ଷରେ ପଦାର୍ପଣ କଲେ ମୋଦି। ୧୯୫୦ ମସିହା ସେପ୍ଟେମ୍ବର ୧୭ ତାରିଖରେ ଜନ୍ମଲାଭ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଜିର ଦିନରେ ତାଙ୍କୁ ଅନେକ ମହଲରୁ ଶୁଭେଚ୍ଛାର ସୁଅ ଛୁଟୁଛି। ଆଜିର ଦିନରେେ ଜାଣନ୍ତୁ ନରେନ୍ଦ୍ର ମୋଦିଙ୍କ ବିଷୟରେ କିଛି ଅଜଣା କଥା।

୧-ନରେନ୍ଦ୍ର ମୋଦି କିଶୋରବସ୍ଥାରୁ ନିଜ ଘର ଛାଡ଼ି ଦେଇଥିଲେ। ଏଥିସହିତ ଅନେକ ଆଶ୍ରମରେ ରହି ସାରିଛନ୍ତି।

୨-ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହେଉଛନ୍ତି ସ୍ୱାଧୀନ ଭାରତରେ ଜନ୍ମିଥିବା ପ୍ରଥମ ପ୍ରଧାନମନ୍ତ୍ରୀ।

୩-ସେ ୧୯୭୨ ମସିହା ଅକ୍ଟୋବର ୩ ତାରିଖରେ ରାଷ୍ଟ୍ରୀୟ ସ୍ୱୟଂ ସେବ ସଂଘ(ଆର୍‌ଏସ୍‌ଏସ୍‌)ରେ ଯୋଗ ଦେଇଥିଲେ।

୪-୨୦୦୧ ମସିହା ଅକ୍ଟୋବର ମାସରେ ତତ୍‌କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ମୋଦିଙ୍କୁ ଗୁଜୁରାଟ ମୁଖ୍ୟମନ୍ତ୍ରୀ ଭାବେ ନିଯୁକ୍ତି ଦେଇଥିଲେ।

୫- ଇସ୍ରାଏଲ୍‌ ଗସ୍ତ କରିବାରେ ମୋଦି ହେଉଛନ୍ତି ପ୍ରଥମ ପ୍ରଧାନମନ୍ତ୍ରୀ।

୬- ଲଗାତର ଦୁଇ ଥର ପ୍ରଧାନମନ୍ତ୍ରୀ ହେବାରେ ମୋଦି ହେଉଛନ୍ତି ପ୍ରଥମ ଅଣ-କଂଗ୍ରେସ।

୭-ମୋଦି କଡ଼ା ଇସ୍ତ୍ରି ହୋଇଥିବା ପୋଷାକ ପିନ୍ଧିବାକୁ ପସନ୍ଦ କରନ୍ତି।

Comments are closed.