Odisha Link
Bridging the Missing Links in Odisha

ଟି-୨୦ ସିରିଜ: ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇବ ଟିମ୍‌ ଇଣ୍ଡିଆ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଦ୍ଵିତୀୟ ଟି-୨୦ ମ୍ୟାଚ ଖେଳାଯିବ। ଏହି ମ୍ୟାଚ ମୋହାଲି ଷ୍ଟାଡିୟମରେ ଖେଳାଯିବ। ୩ଟିକିଆ ମ୍ୟାଚ ବିଶିଷ୍ଟ ଏହି ସିରିଜର ପ୍ରଥମ ମ୍ୟାଚ ଧର୍ମଶାଳାରେ ବର୍ଷା କାରଣରୁ ବାତିଲ ହୋଇଯାଇଥିଲା। ତେବେ ସିରିଜରେ ଆଉ ଦୁଇଟି ମ୍ୟାଚ ରହିଥିବା ବେଳେ ଭାରତ ଦୁଇଟି ଜିତି ସିରିଜ ଅକ୍ତିଆର କରିବା ଲକ୍ଷ୍ୟରେ ରହିବ। ଏ ମ୍ୟାଚ ଭାରତ ପାଇଁ ବହୁତ ଗୁରୁତ୍ବପୂର୍ଣ୍ଣ।

ଦଳରେ ରୋହିତ ଶର୍ମା ଓ ଶିଖର ଧଓ୍ଵନ ଖେଳୁଥିବାରୁ ଦମଦାର ଓପନିଂରୁ ଆରମ୍ଭ ହେବ ବୋଲି ଆଶା କରାଯାଉଛି। ମିଡିଲ୍‌ ଅର୍ଡରରେ ଅଧିନାୟକ ବିରାଟ କୋହଲି, ଶ୍ରେୟସ୍ ଆୟର, ରିଷଭ ପନ୍ଥ ଓ ହାର୍ଦ୍ଦିକ ପାଣ୍ଡ୍ୟା ବ୍ୟାଟିଂର ଭାର ସମ୍ଭାଳିବେ। ଏଥିସହ ପେସ୍ ବୋଲିଂ ବିଭାଗରେ ଦଳର ଦାୟିତ୍ୱ ନେବେ ଦୀପକ୍ ଚହର,ଖଲୀଲ ଅହମ୍ମଦ ଓ ନବଦୀପ ସାଇନି।

ସେହିପରି ପ୍ରତିପକ୍ଷ ଦକ୍ଷିଣ ଆଫ୍ରିକା ମଧ୍ୟ ଏକ ଦୃଢ଼ ଶକ୍ତିଶାଳୀ ଦଳ ସହ ପଡ଼ିଆକୁ ଓହ୍ଲାଇବ। ଅଧିନାୟକ ଡି କକ୍ ଙ୍କ ସହ ଦଳର ବ୍ୟାଟିଂ ଭାର ସମ୍ଭାଳିବେ ଡେଭିଡ୍ ମିଲର ଓ ତେମ୍ବା ବାମ୍ବୁମା। ଅନ୍ୟପଟେ ଅଲରାଉଣ୍ଡର ଭାବରେ ଦଳରେ ସ୍ଥାନ ପାଇପାରନ୍ତି ଜର୍ଜ ଲିଣ୍ଡେ ଓ ଏଡ୍ରିଲ ଫେଲୁକବାୟୋ। ବୋଲିଂ ବିଭାଗରେ ଦୃତ ବୋଲର କାଗିସୋ ରାବାଡ଼ା, ବ୍ୟୁରେନ୍ ହେନଡ୍ରିକ୍ସ ଦଳରେ ସ୍ଥାନ ପାଇବା ଏକ ପ୍ରକାର ନିଶ୍ଚିତ।

ଭାରତ ଏକାଦଶ (ସମ୍ଭାବ୍ୟ): ରୋହିତ ଶର୍ମା, ଶିଖର ଧାୱନ/କେଏଲ୍ ରହୁଲ, ବିରାଟ‌ କୋହଲି, ମନୀଷ ପାଣ୍ଡେ/ଶ୍ରେୟସ ଆୟର, ଋଷବ ପନ୍ତ୍‌ (ୱିକେଟରକ୍ଷକ), ହାର୍ଦିକ ପାଣ୍ଡ୍ୟା, କୃନାଲ ପାଣ୍ଡ୍ୟା, ରବୀନ୍ଦ୍ର ଜାଦେଜା, ୱାସିଂଟନ୍ ସୁନ୍ଦର/ରାହୁଲ ଚହର, ଦୀପକ ଚହର, ନଭଦୀପ ସଇନି।

ଦକ୍ଷିଣ ଆଫ୍ରିକା ଏକାଦଶ (ସମ୍ଭାବ୍ୟ): କ୍ବିଣ୍ଟନ୍ ଡି’କକ୍ (ଅଧିନାୟକ/ୱିକେଟରକ୍ଷକ), ରିଜା ହେଣ୍ଡ୍ରିକ୍ସ, ରାସି ଭାନ୍ ଡେର୍ ଦସେନ୍‌, ତେମ୍ବା ବାଭୁମା, ଡେଭିଡ୍‌ ମିଲର, ଆନ୍ଦିଲ ଫେଲୁକ୍ବାୟୋ, ଡ୍ବାଇନ୍ ପ୍ରିଟୋରିୟସ୍‌, ବର୍ନ ଫର୍ତୁନ/ଜର୍ଜ ଲିଣ୍ଡେ, କାଗିସୋ ରବାଦା, ଜୁନିଆର୍ ଡାଲା/ଆନରିଚ୍‌ ନର୍ଜେ, ତାବ୍ରାଇଜ୍‌ ସାସମୀ।

Comments are closed.