Odisha Link
Bridging the Missing Links in Odisha

ନର୍ସ ହତ୍ୟା ଘଟଣା: ବୟଫ୍ରେଣ୍ଡ ସମେତ ୬ ଅଟକ

ଜଗତସିଂହପୁର: ନର୍ସ ହତ୍ୟା ଘଟଣାରେ ଆସିଛି ନୂଆ ମୋଡ଼। ଦିନକ ପରେ ନର୍ସ ନିହାରିକାଙ୍କ ମୃତ୍ୟୁକୁ ନେଇ ବଢ଼ିବାରେ ଲାଗିଛି ସସପେନ୍ସ। ଜଗତସିଂହପୁର ଜିଲ୍ଲା ବିଲୁଆଖାଇ ନଦୀପଠାରୁ ଗତକାଲି ନର୍ସ ନିହାରିକା ପାତ୍ରଙ୍କ ମୃତଦେହ ଉଦ୍ଧାର ଘଟଣାରେ ପୁଲିସ୍‌କୁ ମିଳିଛି ନୂଆ ସୁରାକ। ଏହି ହତ୍ୟାକାଣ୍ଡର ପର୍ଦ୍ଦାଫାଶ କରିବାକୁ ୬ ଜଣଙ୍କୁ ରାତି ଅଧିଆ ଉଠାଇ ଆଣି ବିରିଡି ଥାନା ପୁଲିସ ପଚରାଉଚୁରା କରୁଛି। ଗତକାଲି କୁଳକଇଜଙ୍ଗା ନିକଟ ବିଲୁଆଖାଇ ନଈରୁ ନିହାରିକାଙ୍କ ମୃତଦେହ ମିଳିବା ପରେ ହତ୍ୟାକରୀକୁ ପୁଲିସ ଖୋଜୁଛି। ଏଠାରେ ସୂଚନା ଥାଉ କି କଟକର ଏକ ଘରୋଇ ହସ୍ପିଟାଲରେ କାମ କରୁଥିବା ଷ୍ଟାଫ ନର୍ସ ନିହାରିକାଙ୍କ ମୃତଦେହ ଜଗତସିଂହପୁରର କୂଳକଇଜଙ୍ଗାରେ ନଈରୁ ଭାସୁଥିବା ଅବସ୍ଥାରେ ମିଳିଥିଲା।

ତେବେ ନିହାରିକାଙ୍କ ହତ୍ୟାକାଣ୍ଡରେ ପ୍ରେମିକ ରାଜାଙ୍କ ସମ୍ପୃକ୍ତି ଥାଇପାରେ ବୋଲି ସନ୍ଦେହ କରାଯାଉଛି। ତେବେ ଯୁବତୀଙ୍କୁ କିଏ ମାରିଛି ସେନେଇ କିଛି ସ୍ପଷ୍ଟ ହୋଇନାହିଁ। ଗତ ୮ ତାରିଖରେ ନିହାରିକା ନିଖୋଜ ହୋଇଯାଇଥିବା ନେଇ କଟକର ମଧୁପାଟଣା ଥାନାରେ ରିପୋର୍ଟ ହୋଇଥିଲା।

ପରିବାର ଲୋକ ସନ୍ଦେହ କରୁଥିଲେ ଯେ ନିହାରିକା ତାଙ୍କର ପ୍ରେମିକ ରାଜା ସହ କୁଆଡେ ଚାଲିଯାଇଛନ୍ତି। ସେବେଠାରୁ ରାଜାର ବି କିଛି ଖବର ନଥିଲା। କିଛି ଦିନ ପୂର୍ବରୁ ସେ ନିଖୋଜ ହୋଇଥିବା ନେଇ ଥାନାରେ ରିପୋର୍ଟ ହେବା ପରେ ଗତକାଲି ଜଗତସିଂହପୁରରୁ ମୃତଦେହ ମିଳିଥିଲା।

Comments are closed.