Odisha Link
Bridging the Missing Links in Odisha

‘କୁଲି ନମ୍ବର୧’ : ପ୍ରଯୋଜକଙ୍କୁ ସହିବାକୁ ପଡିଲା ଦୁଇକୋଟି ଟଙ୍କାର କ୍ଷତି

ମୁମ୍ବାଇ: ପ୍ରଥମ ଥର ପାଇଁ ଏହି ଦୁଇ ଅଭିନେତା ଓ ଅଭିନେତ୍ରୀ ସିନେ ପଦାରେ ଏକାଠି ନଜର ଆସିବେ । ସେମାନେ ହେଲେ ବରୁଣ ଧୱନଓ ସାରା ଅଲି ଖାନ୍‌ । ଡାଭିଡ ଧୱନଙ୍କ ‘କୁଲି ନମ୍ବର୧’ରେ ଦୁହିଁ ଅଭିନେତା ଓ ଅଭିନେତ୍ରୀଙ୍କୁ ଦେଖିବାକୁ ମିଳିବ । ପ୍ରଥମ ‘କୁଲି ନମ୍ବର୧’ ସିନେମାରେ ଗୋବିନ୍ଦାଙ୍କୁ କୁଲି ଚରିତ୍ରରେ ଦେଖିବାକୁ ମିଳିଥିଲା । କିନ୍ତୁ କିଛିଦିନ ପୂର୍ବେ ସେଟରେ ଦୁର୍ଘଟଣା ଘଟିଯାଇଥିଲା ।ସେଥିପାଇଁ ସୁଟିଂ ଅଟକାଇ ଦିଆଯାଇଛି। ଏହି ଦୁର୍ଘଟଣା ହେତୁ ପ୍ରଯୋଜକଙ୍କୁ ଦୁଇରୁ ଅଢ଼େଇ କୋଟି ଟଙ୍କାର କ୍ଷତି ସହିବାକୁ ପଡ଼ିଛି।


କିଛିଦିନ ପୂର୍ବରୁ ସିନେମା ସେଟରେ ଅଗ୍ନିକାଣ୍ଡ ହୋଇଥିଲା। ସେଠାରେ ଥିବା ସମସ୍ତ ସାମଗ୍ରୀ ଜଳି ଯାଇଥିଲା। ଏଥିଯୋଗୁଁ ପ୍ରଯୋଜକଙ୍କୁ ଅନେକ କ୍ଷତି ସହିବାକୁ ପଡ଼ିଛି। ସୌଭାଗ୍ୟବଶତଃ ଅଗ୍ନିକାଣ୍ଡ ସମୟରେ ସେଠାରେ କେହି ବି ନଥିଲେ। ତେଣୁ କାହାରି କିଛି କ୍ଷତି ହୋଇ ନାହିଁ। ଅଗ୍ନିକାଣ୍ଡ ହେବା ପୂର୍ବରୁ ସୁଟିଂ ସେଟ ପାଇଁ ୧୨୫ କୋଟି ଟଙ୍କାର ବୀମା କରାଯାଇଥିଲା।ଆଶା କରାଯାଉଛି କି କ୍ଷତି ହୋଇଥିବା ସାମଗ୍ରିର ଭରଣା ହୋଇପାରିବ।’କୁଲି ନମ୍ବର୧’ ସିନେମାଟି ମେ ୧ରେ ୨୦୨୦ରେ ରିଲଜ ହେବ ।

Comments are closed.