Odisha Link
Bridging the Missing Links in Odisha

ବାଣୀବିହାରରେ ଉଚ୍ଚଶିକ୍ଷା ମନ୍ତ୍ରୀ, ଦେଖନ୍ତୁ ଭିଡିଓ

ଭୁବନେଶ୍ବର: ବାଣୀବିହାରରେ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ। ଛାତ୍ରଛାତ୍ରୀମାନଙ୍କର ବିକ୍ଷୋଭ ପରେ ଆଜି ଉଚ୍ଚ ଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ଉତ୍କଳ ବିଶ୍ୱ ବିଦ୍ୟାଳୟ ଅଚାନକ ଗସ୍ତ କରିଛନ୍ତି। ହଷ୍ଟେଲର ଭିତ୍ତିଭୂମି ଓ ଅନ୍ୟାନ୍ୟ ବିଷୟରେ ପଚାରି ବୁଝିଛନ୍ତି ମନ୍ତ୍ରୀ। ଏହା ସହିତ ଅନ୍ୟାନ୍ୟ କାର୍ଯ୍ୟଗୁଡ଼ିକର ମଧ୍ୟ ସମୀକ୍ଷା କରିଛନ୍ତି।

ସକାଳ ୮ଟା ସମୟରେ ମନ୍ତ୍ରୀ ଅରୁଣ ସାହୁ ବାଣୀବିହାରେ ଥିବା ଗୋବିନ୍ଦ ସାହୁ ମାର୍କେଟ ପ୍ରଥମେ ପରିଦର୍ଶନ କରିଥିଲେ। ପରେ ଗୋପବନ୍ଧୁ ଛାତ୍ରାବାସ, ଗୋବରୀଶ ଛାତ୍ରାବାସ ଭ୍ରମଣ କରିଥିଲେ। ଛାତ୍ରବାସ ପରିଦର୍ଶନ ସମୟରେ କୁଳପତି ସୌମେନ୍ଦ୍ର ମୋହନ ପଟ୍ଟନାୟକ, ଉଚ୍ଚ ଶିକ୍ଷା ସଚିବ ଶାଶ୍ୱତ ମିଶ୍ର ଏବଂ ବିଶ୍ବବିଦ୍ୟାଳୟ କତ୍ତୃପକ୍ଷ ଉପସ୍ଥିତ ଥିଲେ।

ସୂଚନା ଅନୁଯାୟୀ ମନ୍ତ୍ରୀ ଆଜି ପୁରା ଦିନ ବିଶ୍ଵ ବିଦ୍ୟାଳୟରେ ଛାତ୍ରଛାତ୍ରୀ ମାନଙ୍କ ସହ କାଟିବେ ବୋଲି ଜଣାପଡିଛି। ବିଶ୍ୱବିଦ୍ୟାଳୟ ବିକାଶ ପାଇଁ କୋଟି କୋଟି ଟଙ୍କା ଆସୁଛି କିନ୍ତୁ ତାହା କଣ ପାଇଁ ବିକାଶ କାର୍ଯ୍ୟ ରେ ଲାଗି ପାରୁନାହିଁ ତାହାକୁ ନେଇ ବିରକ୍ତ ପ୍ରକାଶ କରିବା ସହ ତୁରନ୍ତ ଏହି ପାଣ୍ଠି କୁ ବିନିଯୋଗ ପାଇଁ ତାଗିଦ କରିଥିଲେ। ଏହି ଗସ୍ତ ସମୟରେ ମନ୍ତ୍ରୀଙ୍କ ସହ ସ୍ଥାନୀୟ ଉତ୍ତର ବିଧାୟକ ସୁଶାନ୍ତ ରାଉତ ମଧ୍ୟ ଉପସ୍ଥିତ ରହିଛନ୍ତି।

ଗତ ଦୁଇ ଦିନ ତଳେ ୧୦ ଦଫା ଦାବିରେ ଛାତ୍ରଛାତ୍ରୀମାନେ କୁଳପତିଙ୍କୁ ଘେରିଥିଲେ। କୁଳପତିଙ୍କ କାର୍ଯ୍ୟାଳୟକୁ ଧସେଇ ପଶିବାକୁ ଉଦ୍ୟମ କରିବା ସହିତ ସେଠାରେ ବସି ନାରାବାଜି କରିଥିଲେ। ପରିସ୍ଥିତି ଅଣାୟତ ହେବାରୁ ଭୁବନେଶ୍ୱର ଡିସିପି ନିଜେ ପହଁଚି ଛାତ୍ରଛାତ୍ରୀଙ୍କ ସହିତ ଆଲୋଚନା କରିଥିଲେ।

Comments are closed.