Odisha Link
Bridging the Missing Links in Odisha

ରୋହିତଙ୍କୁ ପଛରେ ପକାଇଲେ ବିରାଟ, ନିଜ ନାମରେ କଲେ ଏହି ବିଶ୍ବ ରେକର୍ଡ

ମୋହାଲି: ଟିମ୍‌ ଇଣ୍ଡିଆ ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ବିତୀୟ ଟି-୨୦ରେ ୭ଓ୍ବିକେଟରେ ବିଜୟୀ ଲାଭ କରିଛି। ବିରାଟଙ୍କ ୭୨ ରନ୍‌ ଏବଂ ଶିଖରଙ୍କ ୪୪ରନ ବଳରେ ଟିମ୍‌ ଇଣ୍ଡିଆ ସହଜରେ ବିଜୟ ଲାଭ କରିଛି। ବିରାଟ କେହାଲି ଟି-୨୦ ଇଣ୍ଟରନ୍ୟାସନାଲରେ ବ୍ୟକ୍ତିଗତ ଭାବେ ନିଜର ୨୨ତମ ଅର୍ଦ୍ଧଶତକ ପୂରଣ କରିଛନ୍ତି। ତା ସହିତ ରଚିଛନ୍ତି ନୂଆ ରେକର୍ଡ଼। ଟିମ୍‌ ଇଣ୍ଡିଆର ଉପ-ଅଧିନାୟକ ରୋହିତ ଶର୍ମାଙ୍କ ବିଶ୍ବ ରେକର୍ଡକୁ ପଛରେ ପକାଇ ଏକ ନୂଆ ରେକର୍ଡ଼ର ଅଧିକାରୀ ହୋଇଛନ୍ତି ବିରାଟ। ଟି-୨୦ କ୍ରିକେଟରେ ସର୍ବାଧିକ ଅର୍ଦ୍ଧଶତକ ମାରିବା ମାମଲରେ ରୋହିତଙ୍କୁ ପଛରେ ପକାଇଲେ ବିରାଟ।

ରୋହିତ ଶର୍ମା ୨୧ଟି ଅର୍ଦ୍ଧଶତକ ମାରି ଦ୍ବିତୀୟ ସ୍ଥାନରେ ଥିବାବେଳେ ତାଙ୍କ ପଛକୁ ୧୬ଟି ଅର୍ଦ୍ଧଶତକ ମାରି ତୃତୀୟ ସ୍ଥାନରେ ଅଛନ୍ତି ମାର୍ଟିନ ଗୁପ୍ଟିଲ। ୧୫ ଟି ଅର୍ଦ୍ଧଶତକ ମାରି ୪ର୍ଥ ସ୍ଥାନରେ ଯାଥାକ୍ରମେ ବ୍ରେଣ୍ଡନ ମ୍ୟାକୁଲମ୍‌ ଏବଂ କ୍ରିସ୍‌ ଗେଲ ଅଛନ୍ତି।

Comments are closed.