Odisha Link
Bridging the Missing Links in Odisha

ଏଥର ବିଜେପୁର ନିର୍ବାଚନରେ ବିଜେପି ଜିତିବ: ବସନ୍ତ ପଣ୍ଡା

ଭୁବନେଶ୍ୱର: ଆସନ୍ତା ଅକ୍ଟୋବର ୨୧ ତାରିଖରେ ହେବ ବିଜେପୁର ଫାଇଟ। ଆଜି ନିର୍ବାଚନ ତାରିଖ ଘୋଷଣା ହେବା ପରେ ରାଜ୍ୟର ୩ଟି ମୁଖ୍ୟ ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସ ପାଗ ଭିଡ଼ିଛନ୍ତି। ପ୍ରାର୍ଥୀ ଚୟନରେ ସବୁ ଦଳ ଲାଗି ପଡ଼ିଛନ୍ତି। ତେବେ ଏହାରି ଭିତରେ ବିଜେପି ଏହି ଆସନରେ ବାଜିମାତ ମାରିବ ବୋଲି ଦଳର ରାଜ୍ୟ ସଭାପତି ବସନ୍ତ ପଣ୍ଡା ଦୃଢୋକ୍ତି ପ୍ରକାଶ କରିଛନ୍ତି।

ଶ୍ରୀ ପଣ୍ଡା କହିଛନ୍ତି ଯେ, ଖୁବଶୀଘ୍ର ଦଳର ଜଣେ ବରିଷ୍ଠ ବିଜେପି କର୍ମକର୍ତ୍ତାଙ୍କୁ ପ୍ରାର୍ଥୀ କରାଯିବ। ଦଳ ଜିତିବା ପାଇଁ ଲଢିବ ଓ ଆମେ ଜିତିବୁ ମଧ୍ୟ। ନିର୍ବାଚନରେ ବିଜେପୁରର ସ୍ଥାନୀୟ ସମସ୍ୟା ଆମର ମୁଖ୍ୟ ପ୍ରସଙ୍ଗ ହେବ। ପନିପରିବା ଦର ବୃଦ୍ଧି, ଚାଷୀ ଓ ଜଳସେଚନ ସମସ୍ୟା ବିଜେପି ପାଇଁ ମୁଖ୍ୟ ପ୍ରସଙ୍ଗ ହେବ। ଅନ୍ୟପକ୍ଷରେ ବିଜେଡି ବିଜେପୁରବାସୀଙ୍କୁ ଠକିଛି, ଏହାର ପ୍ରତିଫଳନ ଉପନିର୍ବାଚନରେ ହେବ ବୋଲି ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା କହିଛନ୍ତି। ତେବେ ବିଜେଡି ହାତରେ ଥିବା ଏହି ଆସନ ବିଜେଡି ରଖିପାରିବ ନା ବିଜେପି ଛଡାଇ ନେବ ନା କଂଗ୍ରେସ ମ୍ୟାଜିକ କରିବ ତାହା ଆଗାମୀ ଦିନରେ ଜଣାପଡିବ।

Comments are closed.