Odisha Link
Bridging the Missing Links in Odisha

୨୦୨୧ ରେ ମହାକାଶ ଯିବେ ଭାରତୀୟ ମହାକାଶଚାରୀ

ଭୁବନେଶ୍ୱର: ୨୦୨୦ ଡିସେମ୍ବରରେ ପ୍ରଥମ ଅନ୍‌ମ୍ୟାନ୍‌ଡ୍‌ ମିଶନ ଏବଂ ୨୦୨୧ ଡିସେମ୍ବରରେ ପ୍ରଥମ ମ୍ୟାନ୍‌ଡ୍‌ ମିଶନ କରି ଇତିହାସ ରଚିବ ଭାରତ। ଆଇଆଇଟି ଭୁବନେଶ୍ୱରର ସମାବର୍ତ୍ତନ ଉତ୍ସବରେ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ସମ୍ବୋଧିତ କରିଛନ୍ତି ଇସ୍ରୋ ଅଧ୍ୟକ୍ଷ କେ. ଶିବନ୍‌। ଛାତ୍ରଛାତ୍ରୀଙ୍କୁ ସମ୍ବୋଧିତ ବେଳେ ମିଶନ ଗଗନାୟନ ସମ୍ପର୍କରେ ସୂଚନା ଦେବା ଅବସରରେ ଏଭଳି କିଛି ସୂଚନା ଦେଇଛନ୍ତି କେ. ଶିବନ୍‌।
ସେ ଆହୁରି କହିଛନ୍ତି , ୨୦୨୧ ଡିସେମ୍ବରରେ ମହାକାଶ ଯିବେ ଭାରତୀୟ ମହାକାଶଚାରୀ। କେବଳ ସେତିକି ନୁହେଁ ଭୁବନେଶ୍ୱର ଆଇଅଇଟି ସମାବର୍ତ୍ତନରେ ଉଦ୍‌ବୋଧନ ରଖି ଛାତ୍ରଛାତ୍ରୀଙ୍କ ମନୋବଳ ବୃଦ୍ଧି କରିବାକୁ ଯାଇ ସେ କହିଛନ୍ତି , ବୈଷୟିକ ଜ୍ଞାନକୌଶଳ ଦ୍ୱାରା ଜୀବନ ଧାରଣ ମାନ ବଢ଼ିପାରିବ। ବୈଷୟିକ ଜ୍ଞାନକୌଶଳ ବୃଦ୍ଧିରେ ଆଇଅଇଟି ପ୍ରମୁଖ ଭୂମିକା ନେଇଛି। ରିସ୍କ ନ ନେଲେ ଜୀବନରେ କିଛି କରିପାରିବନି ବୋଲି ସେ ଛାତ୍ରଛାତ୍ରୀଙ୍କୁ କହିଛନ୍ତି।

Comments are closed.