Odisha Link
Bridging the Missing Links in Odisha

ନିହାରିକା ମୃତ୍ୟୁର ବଡ଼ ପ୍ରମାଣ!

ଜଗତସିଂହପୁର: ବାଲିପାଟଣା ବ୍ଲକ ଭିଙ୍ଗାରପୁର ଗ୍ରାମର ନର୍ସ ନୀହାରିକାଙ୍କ ମୃତଦେହ ଜଗତସିଂପୁର ଜିଲ୍ଲା ବିରିଡ଼ି ଥାନା ଅନ୍ତର୍ଗତ ବିଲୁଆଖାଇ ନଦୀ ପଠାରୁ ମିଳିବା ଘଟଣାରେ ଏକ ବଡ଼ ଖୁଲାସା ହୋଇଛି। କଟକରେ ହିଁ ନର୍ସ ନୀହାରିକାଙ୍କୁ ଯୋଜନାବଦ୍ଧଭାବେ ହତ୍ୟା କରାଯାଇଛି। ନୀହାରିକାଙ୍କୁ ହତ୍ୟା ନେଇ ପ୍ରମାଣ ହସ୍ତଗତ ହୋଇଛି। କଟକରୁ ମୃତଦେହ ସ୍ଥାନାନ୍ତର ବେଳର ଏକ ସିସିଟିଭି ଫୁଟେଜ ଅଛି। ଅଖାରେ ଭର୍ତ୍ତି କରି ବାଇକରେ ମୃତଦେହ ନେବାର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି। ନର୍ସ ନୀହାରିକାଙ୍କୁ ଯୋଜନାବଦ୍ଧଭାବେ ହତ୍ୟା କରାଯାଇଛି। ନୀହାରିକା ମୃତୁ୍ୟ ନେଇ ପୁଲିସ ମୁଖ୍ୟାଳୟରୁ ଏହି ଚାଞ୍ଚଲ୍ୟକର ତଥ୍ୟ ମିଳିଛି।
ପ୍ରକାଶଯେ, ମୃତଦେହ ମିଳିବା ପର ଠାରୁ ଫେରାର ଥିବା ନୀହାରିକାଙ୍କ ବୟଫ୍ରେଣ୍ଡ ରାଜା ଆଞ୍ଚଲ ପୁଲିସ ନିକଟରେ ଗତକାଲି ଆତ୍ମସମର୍ପଣ କରିଥିଲା। ଏହା ପରେ ପୁଲିସ ରାଜାକୁ ଏକ ଅଜ୍ଞାତ ଅଞ୍ଚଳରେ ପଚରାଉଚୁରା କରୁଥିଲା। ଗତ ୩ ଦିନ ତଳେ ବିଲୁଆଖାଇ ନଦୀ ପଠାରୁ ନୀହାରିକାଙ୍କ ମୃତଦେହ ଏକ ଅଖାରେ ବନ୍ଧା ହୋଇଥିବା ଅବସ୍ଥାରେ ମିଳିଥିଲା।

Comments are closed.