Odisha Link
Bridging the Missing Links in Odisha

ରାଜନୀତି କରିବାକୁ ବହୁତ ଇଚ୍ଛା

ଭୁବନେଶ୍ୱର: ଓଡ଼ିଆ ଦୌଡ଼ରାଣୀ ଦୂତୀ ଚାନ୍ଦ ସଦାବେଳେ ପଡ଼ିଆରେ ନିଜର ଯାଦୁ ଦେଖାଇବା ପରେ ଏବେ କିଛି ନୂଆ କରିବାକୁ ଆଶା ରଖିଛନ୍ତି। ଦୂତୀ ଏବେ ରାଜନୀତିର ମୈଦାନରେ ନିଜର ଭାଗ୍ୟ ଚମକାଇବାକୁ ମନ ବଳାଇଛନ୍ତି। ଏନେଇ ଖୋଦ୍ ଦୂତୀ ଚାନ୍ଦ ତାଙ୍କ ଟୁଇଟର ପେଜରେ ପୋଷ୍ଟ କରି କହିଛନ୍ତି।

ସେ ଲେଖିଛନ୍ତି କି, ପିଲାଟି ବେଳୁ ମୋର ଖେଳ ସହିତ ରାଜନୀତି ପ୍ରତି ମଧ୍ୟ ଦୁର୍ବଳତା ରହିଥିଲା। ଏପରିକି ମୋର ପରିବାର ବି ତୃଣମୂଳ ସ୍ତରରେ ରାଜନୀତି ସହ ଜଡିତ ଅଛନ୍ତି। ମୋ ମା ମଧ୍ୟ ଆମ ଗାଁ ସରପଞ୍ଚ 2ଥର ରହିଛନ୍ତି।  ତେବେ ଦୂତୀଙ୍କର ଏହି ଟୁଇଟ ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। କିଛି ଲୋକ ଦୂତୀଙ୍କ ଏହି ପୋଷ୍ଟକୁ ସ୍ୱାଗତ ଜଣାଇବା ବେଳେ କିଛି ଫ୍ୟାନ ଦୂତୀଙ୍କୁ ରାଜନୀତିରୁ ଦୂରେଇ ରହିବାକୁ ପରାମର୍ଶ ଦେଇଛନ୍ତି। ଆଗକୁ ବିଜେପୁର ଉପ-ନିର୍ବାଚନ ଅଛି। ଦୂତିଙ୍କ ଏଭଳି ମନ୍ତବ୍ୟ ଏବେ ରାଜନୈତିକ ମହଲରେ ଖୁବ୍‌ ଚର୍ଚ୍ଚାର ବିଷୟ ପାଲଟିଛି

ଅଳ୍ପ ଦିନ ପୂର୍ବରୁ ନିଜ ବାନ୍ଧବୀଙ୍କୁ ବିବାହ କରିବେ ବୋଲି କହି ଚର୍ଚା ଘେରକୁ ଆସିଥିଲେ ଏହି ଓଡ଼ଆ ଆଥଲେଟ୍। ଚାରିଆଡେ ଏହାକୁ ନେଇ ଆଲୋଚନା ସମାଲୋଚନା ଚାଲିଥିଲା। କିନ୍ତୁ ଏହାରି ଭିତରେ ବିଶ୍ୱସ୍ତରୀୟ ଇଭେଣ୍ଟରେ ଦୂତୀ ସଫଳତା ପରେ ସଫଳତା ହାସଲ କରି ଦୂତୀ ପୁଣି ଉଭୟ ଦେଶ ଏବଂ ରାଜ୍ୟର ନାଁ ଗୌରାବନ୍ୱିତ କରିଦେଇଥିଲେ। ତେବେ ଦୂତୀଙ୍କ ଏଭଳି ପୋଷ୍ଟକୁ ନେଇ ଏବେ ପୁଣି ଥରେ ସେ ଚର୍ଚ୍ଚା ଘେରକୁ ଚାଲିଆସିଛନ୍ତି।

Comments are closed.