Odisha Link
Bridging the Missing Links in Odisha

କିଛି କହିବିନି

ଭୁବନେଶ୍ବର: ସଭା ମଞ୍ଚରେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ଜଣେ କର୍ମୀଙ୍କୁ ଚାପୁଡ଼ା ମାରିବା ଭିଡିଓ ଏବେ ସୋଶିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଘଟଣା ନେଇ ଗଣମାଧ୍ୟମ ପ୍ରତିନିଧି ସାଂସଦଙ୍କୁ ପଚାରିଥିଲେ। ହେଲେ କିଛି ପ୍ରତିକ୍ରିୟା ଦେଲେନାହିଁ ସାଂସଦ ଚନ୍ଦ୍ରଶେଖର ସାହୁ। ଏନେଇ କିଛି କହିବିନି ବୋଲି କହିଲେ ଚନ୍ଦ୍ରଶେଖର ସାହୁ।

ସୂଚନାଥାଉକି, ମଙ୍ଗଳବାର ପାରଳାଖେମୁଣ୍ଡିରେ ବିଜେଡ଼ିର କାର୍ଯ୍ୟକାରିଣୀ ବୈଠକ ବସିଥିଲା। ଏହି ଅବକାଶରେ ପୂର୍ବତନ ଜିଲ୍ଲା ଯୁବ କଂଗ୍ରେସ ସଭାପତି ସଂଗ୍ରାମ ସାହୁ ବିଜେଡ଼ିରେ ଯୋଗଦେବା ପାଇଁ ଆସିଥିଲେ । ତେବେ ଉତରୀୟ ପକାଇବେଳେ ସାଂସଦ ଶ୍ରୀ ସାହୁ ସଂଗ୍ରାମଙ୍କୁ ଚାପୁଡ଼ା ମାରିଥିଲେ। କେଉଁ କାରଣ ପାଇଁ ସଂଗ୍ରାମଙ୍କୁ ଚାପୁଡ଼ା ମାରିଲେ ତାହା ସ୍ପଷ୍ଟ ହୋଇନାହିଁ । କିନ୍ତୁ ଚର୍ଚ୍ଚା ଅନୁଯାୟୀ, ଗତ ସାଧାରଣ ନିର୍ବାଚନ ପୂର୍ବରୁ ଚନ୍ଦ୍ରଶେଖର ବିଜେଡ଼ିରେ ସାମିଲ ହୋଇଥିଲେ।

ପ୍ରାୟ ୨୦ ହଜାର ସମର୍ଥକଙ୍କ ସହ ଚନ୍ଦ୍ରଶେଖର ଓ ବ୍ରହ୍ମପୁରର ବିଧାୟକ ବିକ୍ରମ ପଣ୍ଡା ବିଜେଡ଼ିରେ ଯୋଗ ଦେଇଥିଲେ। ତେବେ ସେହି ସମୟରେ ସଂଗ୍ରାମ ବିଜେଡ଼ିରେ ଯୋଗଦେବାକୁ ଅନିଚ୍ଛା ପ୍ରକାଶ କରିଥିଲେ। ଫଳରେ ଚନ୍ଦ୍ରଶେଖର ତାଙ୍କ ଉପରେ କ୍ଷୁବ୍ଧ ଥିବା ଚର୍ଚ୍ଚା ହେଉଛି। ଯାହାର ପ୍ରତିଫଳନ ମଂଚ ଉପରେ ଦେଖିବାକୁ ମିଳିଥିଲା ବୋଲି ବ୍ରହ୍ମପୁର ରାଜନୀତିକ ମହଲରେ ଚର୍ଚ୍ଚା ଜୋରଧରିଛି।

Comments are closed.