Odisha Link
Bridging the Missing Links in Odisha

ସ୍କୁଲକୁ ମିଳିବ ସ୍ବଚ୍ଛତା ପୁରସ୍କାର

ଭୁବନେଶ୍ୱର: ଏଣିକି ସ୍ୱଚ୍ଛତା ପାଇଁ ବିଦ୍ୟାଳୟମାନଙ୍କୁ ପୁରସ୍କାର ପ୍ରଦାନ କରାଯିବ। ପୁରସ୍କାର ପ୍ରଦାନ ନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି। ତାଙ୍କ ସୂଚନା ଅନୁଯାୟୀ ବ୍ଲକସ୍ତରରେ ଦୁଇ ହଜାର, ଜିଲ୍ଲାସ୍ତରରେ ୫ ହଜାର ଓ ରାଜ୍ୟସ୍ତରୀୟ ବିଦ୍ୟାଳୟମାନଙ୍କୁ ୧୦ ହଜାର ଟଙ୍କା ପୁରସ୍କାର ପ୍ରଦାନ କରାଯିବ। ଏନେଇ ସ୍କୁଲଗୁଡ଼ିକ ଆଣ୍ଡଏଡ ଆପ ମାଧ୍ୟମରେ ଆବେଦନ କରିପାରିବେ। ଆବେଦନର ଶେଷ ତାରିଖ ଅକ୍ଟୋବର ୧୪ ତାରିଖ ଥିବାବେଳେ ନଭେମ୍ବରରେ ପୁରସ୍କାର ପ୍ରଦାନ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ଦାଶ ସୂଚନା ଦେଇଛନ୍ତି।

Comments are closed.