Odisha Link
Bridging the Missing Links in Odisha

‘ବାଡେ଼ଇ ନାହାନ୍ତି, ଗାଲକୁ ଛୁଇଁ ଦେଇଥିଲେ’

ଭୁବନେଶ୍ୱର: ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁଙ୍କ ଚାପୁଡ଼ାକୁ ନେଇ ଜୋରଦାର ଚର୍ଚ୍ଚା ଚାଲିଥିବାବେଳେ ଏବେ ଚର୍ଚ୍ଚାର ମୋଡ଼ ବଦଳିଯାଇଛି। ସାଂସଦ ତାଙ୍କୁ ବାଡେ଼ଇ ନଥିଲେ ବରଂ ଗାଲକୁ ଛୁଇଁ ଦେଇଥିଲେ ବୋଲି ସଂପୃକ୍ତ ଯୁବ ନେତା ପ୍ରକାଶ କରିଛନ୍ତି।
ସୂଚନା ଯୋଗ୍ୟଯେ, ମଙ୍ଗଳବାର ପାରଳାଖେମୁଣ୍ଡିରେ ବିଜେଡ଼ିର କାର୍ଯ୍ୟକାରିଣୀ ବୈଠକ ବସିଥିଲା। ଏହି ଅବକାଶରେ ପୂର୍ବତନ ଜିଲ୍ଲା ଯୁବ କଂଗ୍ରେସ ସଭାପତି ସଂଗ୍ରାମ ସାହୁ ବିଜେଡ଼ିରେ ଯୋଗଦେବା ପାଇଁ ଆସିଥିଲେ। ତେବେ ଉତରୀୟ ପକାଇବେଳେ ସାଂସଦ ଶ୍ରୀ ସାହୁ ସଂଗ୍ରାମଙ୍କୁ ଚାପୁଡ଼ା ମାରିଥିଲେ। ଏହାକୁ ନେଇ ଜୋରଦାର ଚର୍ଚ୍ଚା ହୋଇଥିବାବେଳେ ବିଜେପି ମଧ୍ୟ ରାଜନୀତିକ ରୁଟି ସେକିବା ଆରମ୍ଭ କରିଦେଇଥିଲା।
ତେବେ ଏନେଇ ସଂଗ୍ରାମଙ୍କ ମତାମତ ଚର୍ଚ୍ଚା ସୃଷ୍ଟି କରିଛି। ସଂଗ୍ରାମ କହିଛନ୍ତିଯେ, ସାଂସଦ ତାଙ୍କର ବଡ଼ଭାଇ। ସେ ସବୁବେଳେ ତାଙ୍କୁ ଆକଟ କରନ୍ତି। ତାଙ୍କ ସହ ସେ ଛାତ୍ର ଜୀବନରୁ ଜଡ଼ିତ ଅଛନ୍ତି। ସାଂସଦଙ୍କ ଆଶୀର୍ବାଦ ଯୋଗୁଁ ସେ ବିଜେଡ଼ିରେ ସାମିଲ ହୋଇଛନ୍ତି ବୋଲି ସଂଗ୍ରାମ ପ୍ରକାଶ କରିଛନ୍ତି।

Comments are closed.