Odisha Link
Bridging the Missing Links in Odisha

ତୃତୀୟ ଥର ପାଇଁ ଖୋଲିଲା ମଝିଘରିଆଣୀ ମନ୍ଦିର ହୁଣ୍ଡି

ରାୟଗଡ଼ା: ଚଳିତ ବର୍ଷରେ ତୃତୀୟ ଥର ପାଇଁ ଖୋଲିଛି ମଝି ଘରିଆଣୀଙ୍କ ହୁଣ୍ଡି। ରାୟଗଡାର ଅଧିଷ୍ଠାତ୍ରୀ ଦେବୀ ମାଆ ମଝି ଘରିଆଣୀଙ୍କ ହୁଣ୍ଡିରୁ ବାହାରିଥିବା ଟଙ୍କା ଗଣତି ସକାଳୁ ଜାରି ରହିଛି। ଏହି ଗଣତି ପ୍ରକ୍ରିୟା ରାତି ୮ଟା ଯାଏଁ ଚାଲିବ ବୋଲି ଜଣାପଡିଛି। ମାଆଙ୍କ ହୁଣ୍ଡିରୁ ଟଙ୍କା ସହ ସୁନା ରୂପା ମଧ୍ୟ ବାହାରି ଥାଏ। ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ ହୁଣ୍ଡି ଟଙ୍କା ଗଣତି ଦାୟିତ୍ୱ ନେଇଥିବା ବେଳେ ପୁଲିସ ଓ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଦାନ ଟଙ୍କା ଗଣତି ଚାଲିଛି। ଟଙ୍କା ଗଣତି କାମରେ ଲାଗିଛନ୍ତି ଗ୍ରାମ୍ୟ ବ୍ୟାଙ୍କ କର୍ମଚାରୀ, ସ୍ଥାନୀୟ ସତ୍ୟସାଇ ଅନୁଷ୍ଠାନ ଓ ଭେଙ୍କେଟେଶ୍ୱର ମନ୍ଦିର କମିଟି ସଦସ୍ୟ।
ଟଙ୍କା ଗଣିବା ପାଇଁ ମେସିନ ମଧ୍ୟ ମଝି ଘରିଆଣୀଙ୍କ ମନ୍ଦିରରେ ରଖାଯାଇଛି। ମାଆଙ୍କ ଦର୍ଶନ ପାଇଁ ରାୟଗଡା ସମେତ ପଡୋଶୀ ଆନ୍ଧ୍ରପ୍ରଦେଶ ଓ ଛତିଶଗଡର ଲୋକ ମାନେ ଆସିଥାନ୍ତି। ଆଉ ଦାନ ସୂତ୍ରରେ ମାଆଙ୍କ ହୁଣ୍ଡିରେ ଟଙ୍କା ଓ ସୁନା ରୂପା ପକାଇଥାନ୍ତି। ପ୍ରତି ୩ ମାସରେ ଥରେ ମାଆଙ୍କୁ ହୁଣ୍ଡି ଖୋଲାଯାଇଥାଏ। ଗତ ଜୁନ୍ ମାସରେ ମଝିଘରିଆଣୀଙ୍କ ହୁଣ୍ଡି ଖୋଲାଯାଇଥିବା ବେଳେ ସେଥିରୁ ୬୩ ଲକ୍ଷ ଟଙ୍କା ୧୦୨ ଗ୍ରାମ ସୁନା ଓ ୨ କେଜି ରୂପା ବାହାରିଥିଲା। ଏଥର ମଧ୍ୟ ୫୦ ଲକ୍ଷରୁ ଅଧିକ ଟଙ୍କା ବାହାରିବ ବୋଲୁ ଅନୁମାନ କରାଯାଉଛି।

Comments are closed.