Odisha Link
Bridging the Missing Links in Odisha

ଭଡ଼ାଟିଆଙ୍କ ପାଇଁ ଖୁସି ଖବର, ଏଣିକି ନେଇପାରିବେ ବିଜୁଳି କନେକ୍ସନ୍

ନୂଆଦିଲ୍ଲୀ: ନିର୍ବାଚନ ଯେତେ ପାଖେଇ ଆସୁଛି ଦିଲ୍ଲୀବାସୀଙ୍କୁ ସେତିକି ବଡ଼ ଉପହାର ମିଳୁଛି। ବିଧାନସଭା ନିର୍ବାଚନ ପୂର୍ବରୁ ଭାଡ଼ାଟିଆଙ୍କୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ୍‌ଙ୍କ ବଡ଼ ଉପହାର। ଭଡାଟିଆମାନଙ୍କ ପାଇଁ ବିଜୁଳି ପ୍ରିପେଡ୍ ପ୍ଲାନ୍‌ର ଘୋଷଣା କଲେ ଦିଲ୍ଲୀ ସରକାର। ଏହାଫଳରେ ଘର ମାଲିକ ଭଡ଼ାଟିଆମାନଙ୍କ ଠାରୁ ମନ ଇଚ୍ଛା ବିଜୁଳି ବିଲ୍‌ ଆଦାୟ କରିପାରିବେନି। ଦିଲ୍ଲୀରେ ଭଡ଼ା ଘରେ ରହୁଥିବା ଲୋକ ପ୍ରମାଣପତ୍ର ଦେଇ ନିଜ ନାଁରେ ବିଜୁଳି କନେକ୍ସନ୍‌ ନେଇପାରିବେ। ଏହି ଯୋଜନାକୁ ‘ମୁଖ୍ୟମନ୍ତ୍ରୀ ଭଡ଼ାଟିଆ ବିଜୁଳି ମିଟର ଯୋଜନା’ ବୋଲି କୁହାଯାଉଛି।

ଦିଲ୍ଲୀରେ ଭଡ଼ାରେ ରହୁଥିବା ଲୋକମାନଙ୍କୁ ନିଜ ନାଁରେ ମିଟର୍‌ ଲଗାଇବା ପାଇଁ ହେଲେ ଦୁଇଟି ପ୍ରମାଣପତ୍ରର ଦେବାକୁ ହେବ। ବ୍ୟକ୍ତି ଦେଉଥିବା ଘର ଭଡ଼ାର ରସିଦ୍, ଓ ସେ ରହୁଥିବା ସ୍ଥାନର ପ୍ରମାଣପତ୍ର ଦେବାକୁ ପଡ଼ିବ। ଏଥିପାଇଁ ଘରମାଲିକଙ୍କଠାରୁ କୌଣସି ଅନୁମତି ନେବାକୁ ପଡ଼ିବ ନାହିଁ।

ତେବେ ଏଥିପାଇଁ ମୁଖ୍ୟମନ୍ତ୍ରୀ ୩ଟି ନମ୍ବର ଜାରି କରିଛନ୍ତି। ବିଏସ୍‌ଇଏସ୍‌ ଯମୁନା ପାଇଁ ୧୯୧୨୨, ବିଏସ୍‌ଇଏସ୍‌ ରାଜଧାନୀ ପାଇଁ ୧୯୧୨୩ ଓ ଟାଟା ପାୱାର୍‌ ପାଇଁ ୧୯୧୨୪ ନମ୍ବର୍‌ରେ କଲ୍‌ କରିବାକୁ ପଡ଼ିବ। ବାସ୍ ଏହାପରେ ବିଜୁଳି କର୍ମଚାରୀ ଆସି ଘରେ ବିଜୁଳି ମିଟର୍‌ ଲଗାଇ ଦେଇ ଯିବ। ତେବେ ଏଥିପାଇଁ ୩ ହଜାର ସିକ୍ୟୁରିଟି ଓ ୩ ହଜାର ଟଙ୍କା ଲାଇନ୍‌ ଖର୍ଚ୍ଚ ବାବଦକୁ ଦେବାକୁ ପଡ଼ିବ।

Comments are closed.