Odisha Link
Bridging the Missing Links in Odisha

ମିଗ୍-୨୧ ଲଢୁଆ ବିମାନ ଦୁର୍ଘଟଣାଗ୍ରସ୍ତ

ଭୋପାଲ: ଦୁର୍ଘଟଣାର ଶିକାର ହୋଇଛି ଭାରତୀୟ ବାୟୁସେନାର ମିଗ୍-୨୧ ଲଢୁଆ ବିମାନ। ମଧ୍ୟପ୍ରଦେଶର ଗ୍ୱାଲିଅରରେ ଦୁର୍ଘଟଣାର ଶିକାର ହୋଇଛି ବିମାନ। ବିମାନରେ ଥିବା ଦୁଇ ପାଇଲଟ୍ ସୁରକ୍ଷିତ ଭାବରେ ଅବତରଣ କରିଥିବା ଜଣାପଡ଼ିଛି। ଦୁର୍ଘଟଣାର କାରଣ ଅସ୍ପଷ୍ଟ ରହିଛି।

ବାୟୁସେନା ଏବେ ତଦନ୍ତ ନିର୍ଦ୍ଦେଶ ଦେଇଛି। ବିମାନଟି ଖସି ପଡ଼ିବା ପରେ ସ୍ଥାନୀୟ ଲୋକେ ପଳାଇ ଆସିଥିଲେ ଘଟଣାସ୍ଥଳକୁ। ଏହାପରେ ପାଣି ଢ଼ାଳି ବିମାନରୁ ବାହାରୁଥିବା ଧୂଆଁକୁ ଲିଭାଇଥିଲେ।

Comments are closed.