ପିସିସି ପୁନର୍ଗଠନ ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ୱର: ପୂର୍ବ ଘୋଷଣା ମୁତାବକ ପ୍ରଦେଶ କଂଗ୍ରେସ କମିଟିର ପୁନର୍ଗଠନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ତଦନୁଯାୟୀ ପର୍ଯ୍ୟବେକ୍ଷକମାନଙ୍କୁ ସମସ୍ତ ୩୩ ସାଂଗଠନିକ ଜିଲ୍ଲାକୁ ପଠାଯାଇଛି। ଏହି ଅବସରରେ ସମ୍ପୃକ୍ତ ପର୍ଯ୍ୟବେକ୍ଷକମାନେ ଜିଲ୍ଲା ସଭାପତିମାନଙ୍କ ନା ସୁପାରିଶ କରିବେ। ଏହାଛଡ଼ା ବିଭିନ୍ନ ଲୋକଙ୍କ ସହ କଥା ହୋଇ ସମ୍ପୃକ୍ତ ପର୍ଯ୍ୟବେକ୍ଷକମାନେ ବ୍ଲକ ସଭାପତିଙ୍କ ନାଁ ବି ଜଣାଇବେ। ଆସନ୍ତା ୧୫ ତାରିଖ ସୁଦ୍ଧା ଏହି ତାଲିକା ପଠାଇବାକୁ ପର୍ଯ୍ୟବେକ୍ଷକମାନଙ୍କୁ ନର୍ଦ୍ଦେଶ ଦିଆଯାଇଛି । ତେବେ ଗତ ନିର୍ବାଚନରେ କଂଗ୍ରେସକୁ ସାହାଯ୍ୟ କରିନଥିବା ନେତାମାନଙ୍କୁ ଦାୟିତ୍ୱ ମିଳିବନାହିଁ ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ସୂଚନା ଦେଇଛନ୍ତି ।
Comments are closed.