Odisha Link
Bridging the Missing Links in Odisha

ଭେଣ୍ଟିଲେଟରରେ ଭର୍ତ୍ତି ହେଲା କାଳିଆ

କଟକ : କଟକ ଏସସିବିରେ ଚିକିତ୍ସିତ ହେଉଥିବା ଜଗାର ସୁସ୍ଥ ଅବସ୍ଥା ଭଲ ଥିବାବେଳେ କାଳିଆର ସ୍ବାସ୍ଥ୍ୟାବସ୍ଥା ବିଗିଡିଥିବା ସୂଚନା ମିଳିଛି। କାଳିଆ ଅସୁସ୍ଥ ହେବାରୁ ତାକୁ ଭେଣ୍ଟିଲେଟରରେ ଭର୍ତ୍ତି କରାଯାଇଛି। ଏସସିବିର ସ୍ବତନ୍ତ୍ର ଡାକ୍ତରୀ ଟିମ୍ କାଳିଆର ଚିକିତ୍ସାରେ ଲାଗିପଡିଛନ୍ତି। କାଳିଆ ଖୁବଶୀଘ୍ର ସୁସ୍ଥ ହେବା ନେଇ ଡାକ୍ତରୀ ଟିମ୍ ଉଦ୍ୟମ ଜାରି ରଖିଛନ୍ତି।
ସୂଚନା ଅନୁସାରେ ଗତ ଅଗଷ୍ଟ ମାସ ୮ ତାରିଖରେ ଯୋଡା ମୁଣ୍ଡରୁ ଅଲଗା ହୋଇଥିବା ଦୁଇ ଭାଇ ଜଗା- କାଳିଆଙ୍କୁ ଦିଲ୍ଲୀ ଏମସରୁ କଟକ ଏସସିବିକୁ ସ୍ଥାନାନ୍ତର କରାଯାଇଥିଲା। ଜଗା-କାଳିଆଙ୍କ ଚିକିତ୍ସା ପାଇଁ ଏସସିବିରେ ୧୪ ଜଣିଆ ଡାକ୍ତରୀ ଟିମ୍ ନିୟୋଜିତ ହୋଇଛନ୍ତି।

Comments are closed.