Odisha Link
Bridging the Missing Links in Odisha

ଚର୍ଚ୍ଚାରେ ମହିଳାଙ୍କ ସାହସିକ କାର୍ଯ୍ୟ, ଦେଖନ୍ତୁ ଭିଡିଓ

ଥିରୁଅନନ୍ତପୁରମ୍‌: ଆଜିକାଲି ସମୟରେ ସମସ୍ତଙ୍କ ପାଖରେ ସମୟର ଅଭାବ। ସେଥିପାଇଁ ରାସ୍ତାରେ ଯିବା ସମୟରେ ଦେଖିବାକୁ ପାଇବେ ଅନେକ ଲୋକ ରଙ୍ଗ ରୁଟରେ ଯାଇଥାନ୍ତି। ଯଦି ଆପରଙ୍କ ସାମ୍ନାରେ କେହି ରଙ୍ଗ୍‌ ରୁଟ୍‌ରେ ଗାଡ଼ି ଚଳାଇଲେ ଆପଣ କ’ଣ କରିଥାନ୍ତେ କୁହନ୍ତୁ। ଅତି ବେଶିରେ ଆପଣ ସେହି ବ୍ୟକ୍ତି ବା ଗାଡ଼ି ଚାଳକଙ୍କୁ ଅଣଦେଖା କରିଦେବେ କିମ୍ୱା ତାଙ୍କୁ ଠିକ୍‌ ରାସ୍ତାରେ ଯିବା ପାଇଁ ପରାମର୍ଶ ଦେବେ। କିନ୍ତୁ କେରଳର ଜଣେ ମହିଳା ରଙ୍ଗ୍‌ ରୁଟ୍‌ରେ ଯାଉଥିବା ବସ୍‌ର ରାସ୍ତାକୁ ରୋକି ଦେଇଛନ୍ତି। ମହିଳା ଜଣଙ୍କର ଏହି ଦୁଃସାହାସିକ କାର୍ଯ୍ୟକୁ ସୋଶିଆଲ ମିଡିଆରେ ପ୍ରଶଂସା ମିଳିବା ସହିତ ଏହାର ଏକ ଭିଡିଓ ମଧ୍ୟ ଭାଇରାଲ୍‌ ହେବାରେ ଲାଗିଛି।

ଭାଇରାଲ୍‌ ହେଉଥିବା ଭିଡିଓରେ ଦେଖନ୍ତୁ ଗୋଟିଏ ବସ୍‌ ସାମ୍ନାରେ ଜଣେ ମହିଳା ସ୍କୁଟି ଧରି ଛିଡ଼ା ହୋଇଛନ୍ତି। ଏପରିକି ବସ୍‌କୁ ଆଗକୁ ଯିବାକୁ ଦେଉନାହାନ୍ତି। ବସ୍‌ରେ ବସିଥିବା ଡ୍ରାଇଭର ବାରମ୍ୱାର ତାଙ୍କୁ ଆଗରୁ ହଟିବା ପାଇଁ କହୁଛନ୍ତି। କିନ୍ତୁ ମହିଳା ଜଣକ ତାଙ୍କ ସ୍ଥାନରୁ ହଟୁ ନାହାନ୍ତି କି ରଙ୍ଗ୍‌ ସାଇଡ୍‌ରେ ଯାଉଥିବା ବସ୍‌କୁ ଆଗକୁ ଯିବାକୁ ଦେଉନାହାନ୍ତି। ଏହାପରେ ଡ୍ରାଇଭର୍‌ ଜଣକ ବସ୍‌କୁ ଠିକ୍‌ ରାସ୍ତାରେ ନେଉଛନ୍ତି। ବସ୍‌କୁ ଠିକ୍‌ ରାସ୍ତା ଦେଖାଇଥିବାରୁ ମହିଳାଙ୍କୁ ଖୁବ୍‌ ପ୍ରଶଂସା କରାଯାଉଛି।

ଗଲ୍ପ ନ୍ୟୁଜ୍‌ର ରିପୋର୍ଟ ଅନୁସାରେ ଭାଇରାଲ୍‌ ହେଉଥିବା ଏହି ଭିଡିଓଟି ହେଉଛି କେରଳ ରାଜ୍ୟର। ମହିଳାଙ୍କ ଗାଡ଼ିରେ ଥିବା ନମ୍ୱର ପ୍ଲେଟ୍‌ ମଧ୍ୟ କେରଳର ବୋଲି ଜଣାପଡ଼ିଛି। ସୋଶିଆଲ ମିଡିଆରେ ମହିଳାଙ୍କର ଏହି କାର୍ଯ୍ୟକୁ ସାଲ୍ୟୁଟ୍‌ କରୁଛନ୍ତି ୟୁଜର୍ସ।

Comments are closed.