Odisha Link
Bridging the Missing Links in Odisha

ଅଧ୍ୟାପକଙ୍କୁ ମିଳିମିଶି ପିଟିଲେ ଛାତ୍ର

ରାଉରକେଲା: ଜଣେ ଅଧ୍ୟାପକଙ୍କୁ ନିର୍ଦ୍ଧୁମ ଛେଚିଲେ। ସେକ୍ଟ-୩ ଜୁନିଅର କଲେଜ ଅଧ୍ୟାପକଙ୍କୁ ଉତ୍ତମ ମଧ୍ୟମ। କଲେଜର ଛାତ୍ର ଓ ଅଣଛାତ୍ର ମିଳିମିଶି ସମ୍ପୃକ୍ତ ଅଧ୍ୟାପକଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଏନେଇ ଥାନାରେ ଏକ ଏତଲା ଦିଆଯାଇଛି। ତେବେ ମାଡ଼ ଘଟଣାକୁ ନେଇ କଲେଜ ପାଖରେ ଉତ୍ତେଜନା ପ୍ରକାଶ ପାଇଥିବାବେଳେ ପରିସ୍ଥିତିକୁ ଦେଖି ସେଠାରେ ପୁଲିସ ଫୋର୍ସ ମୁତୟନ କରାଯାଇଛି। ତେବେ ମାଡ଼ ମରାଯିବା କାରଣ ସମ୍ପର୍କରେ ଖବର ଲେଖା ସୁଦ୍ଧା କିଛି ଜଣାପଡ଼ିନାହିଁ।

Comments are closed.