Odisha Link
Bridging the Missing Links in Odisha

ଚାର୍ଲି ଚାପ୍‌ଲିନ୍‌ଙ୍କ ଶବ ଉପରୁ ପରଦା ଉଠାଇବେ ତାଙ୍କ ନାତୁଣୀ

ମୁମ୍ବାଇ : ଚାର୍ଲି ଚାପ୍‌ଲିନ୍‌ଙ୍କ ଭଳି ଜଣେ ମହାନ୍‌ ବ୍ୟକ୍ତିଙ୍କ ପରିଚୟର ଦେବା କୌଣସି ଆବଶ୍ୟକତା ପଡିବନାହଁ ।ତାଙ୍କ କଥା ଭାବିଲେ, ସେ କିଭଳି ଲୋକମାନଙ୍କୁ ହସାଉଥିଲେ, ତାହା ମନେ ପଡେ । ଏବେ ତାଙ୍କ ଜୀବନ ଉପରେ ଗୋଟିଏ ସିନେମା ନିର୍ମାଣ ହେବ । ଏହି ସିନେମା କୁ ତାଙ୍କ ନାତୁଣୀ କାର୍‌ମେନ୍‌ ଚାର୍ଲ ପ୍ରସ୍ତୁତ କରୁଛନ୍ତି ।ଚାର୍ଲି ଚାପ୍‌ଲିନ୍‌ : ଏ ମ୍ୟାନ୍‌ ଅଫ୍‌ ଦ ୱାର୍ଲଡ୍‌ ସିନେମାଟିର ନାଁ ରଖିଛନ୍ତି । ଜଣାପଡ଼ିଛି ସିନେମା ଟି ଆସନ୍ତା ବର୍ଷ ରିଲିଜ୍‌ ହେବା ଯାଉଛି। ଏହି ସିନେମାଦ୍ବାରା ତାଙ୍କ ବିଷୟରେ ଅନେକ ତଥ୍ୟ ମିଳିବ ଯାହା ଆପଣ କେବେ ଜାଣିନଥିବେ ।


ଚାର୍ଲି ଚାପ୍‌ଲିନ୍‌ ଫଟୋ ଟାଇମ୍‌ ପତ୍ରିକାର କଭର ପେଜ୍‌ରେ ସ୍ଥାନ ପାଇଥିଲେ । ସେ ୧୮୮୯ ମସିହା ଅପ୍ରେଲ ୧୬,ରେ ଲଣ୍ଡନରେ ଜନ୍ମଗ୍ରହଣ କରିଥିଲେ ଏବଂ ତାଙ୍କର ମୃତ୍ୟୁ ୧୯୭୭ ଖ୍ରୀଷ୍ଟମାସ ଦିନ ହୋଇଥିଲା ।ସେତେବେଳେ ତାଙ୍କୁ ୮୮ବର୍ଷ ବୟସ ହୋଇଥିଲା । ତାଙ୍କ ଶବକୁ କବର ଦିଆଯାଇଥିଲା କିନ୍ତୁ ୩ ମାସ ପରେ ତାଙ୍କ ଶବ ହଠାତ୍‌ କୁଆଡ଼େ ଉଭାନ ହୋଇ ଯାଇଥିଲା।ଚାର୍ଲି ଚାପ୍‌ଲିନ୍‌ଙ୍କ ପରିବାରଠାରୁ ଟଙ୍କା ହଡ଼ପ କରିବା ପାଇଁ ଚୋରମାନେ ଏପରି କାମ କରିଥିଲେ ।


ଚାର୍ଲି ଚାପ୍‌ଲିନ୍‌ ୧୯୪୦ମସିହାରେ “ଦ ଗ୍ରେଟ ଡିକ୍ଟର” ସିନେମାଟି ହୋଇଥିଲା ।ଏଥିରେ ସେ ହିଟଲରଙ୍କ ଚରିତ୍ରକୁ ଅଭିନୟ କରିଥିଲେ ।ତାଙ୍କୁ ୧୯୭୩ ମସିହାରେ “ଲାଇମ ଲାଇଟ୍” ରେ “ବେଷ୍ଟ ମ୍ୟୁଜିକ” ଆୱାର୍ଡ ମିଳିଥିଲା । ଏହି ସିନେମାଟିକୁ ଏବେ ୨୧ ବର୍ଷ ହୋଇଗଲାଣି ।
ଚାର୍ଲି ଚାପ୍‌ଲିନ୍‌ଙ୍କ ପିଲା ଦିନ ବହୁତ କଷ୍ଟରେ କଟିଥିଲା। ତାଙ୍କ ପିତା ମଦ ପିଇବା ସହ ଘରର କୌଣସି କଥା ବୁଝୁନଥିଲେ ଏବଂ ଗରିବ କାରଣରୁ ତାଙ୍କ ମା ପାଗଳ ହୋଇଯାଇ ଥିଲେ ।ତେଣୁ ତାଙ୍କୁ ୭ ବର୍ଷ ବୟସରେ ଆଶ୍ରମ ଯିବାକୁ ପଡିଥିଲା ।ସେ ୧୩ ବର୍ଷ ବୟସ ରେ ଅଭିନୟ ଦୁନିଆକୁ ଆସିଥିଲେ। ତାଙ୍କର କିଛିନ କହିବା ଅଭିନୟ ବହୁତ କିଛି କହିଦେଇଥିଲା ।

Comments are closed.