Odisha Link
Bridging the Missing Links in Odisha

ଜୁନାଗଡ଼ ଲଜ୍ଜା: ଡ୍ରାଇଭର ଲଳିନ୍ଦ୍ର ଗିରଫ

ଜନୁାଗଡ଼: କଳାହାଣ୍ଡି ଜିଲା ଜୁନାଗଡ଼ରେ ହୋଇଥିବା ଗଣଦୁଷ୍କର୍ମ ଓ ଭିଡିଓ ଭାଇରାଲ ମାମଲାର ପ୍ରମୁଖ ଅଭିଯୁକ୍ତ ଡ୍ରାଇଭର ଲଳିନ୍ଦ୍ର ଶବରକୁ ଜୁନଗଡ଼ ପୁଲିସ ଶନିବାର ଗିରଫ କରିଛି। ପିଡ଼ିତାଙ୍କ ସାନି ବୟାନ ଆଧରରେ ଡ୍ରାଇଭରକୁ ଗିରଫ କରାଯାଇଛି। ପୁଲିସ ଗିରଫ ଲଳିନ୍ଦ୍ରକୁ ଜେଏମଏଫସି କୋର୍ଟ ଚାଲଣ କରିଛି।
ସୂଚନା ଅନୁସାରେ, ଶୁକ୍ରବାର ଜୁନାଗଡ଼ରେ ହୋଇଥିବା ଗଣଦୁଷ୍କର୍ମ ପୀଡ଼ିତା ଚାଞ୍ଚଲ୍ୟକର ବୟାନ ଦେଇଥିଲେ। ଲିଫ୍ଟ ଦେଇଥିବା ଯୁବକଙ୍କର କିଛି ଭୂମିକା ନ ଥିବା କହି ପୁଲିସ ଛାଡ଼ି ଦେଇଥିବା ଯୁବକହିଁ ମୁଖ୍ୟ ଅଭିଯୁକ୍ତ ବୋଲି ସେ କହିଥିଲେ। ସେ ଲଲିନ୍ଦ୍ର ଶବର ବାଇକରେ ଲିଫ୍ଚ ନେଇ ଯାଉଥିଲେ। ରାସ୍ତାରେ ଯିବା ସମୟରେ ଲଳିନ୍ଦ୍ର ପାଖକୁ ବାରମ୍ବର ମୋବାଇଲରେ କଲ୍ ଆସୁଥିଲା। ଘଟଣା ସ୍ଥଳରେ ଲଳିନ୍ଦ୍ର ବାଇକର ଗତିକୁ ମନ୍ଥର କରିଦେଇଥିଲା। ଏହାପରେ ୬ ଜଣ ଦୁର୍ବୃତ୍ତ ତାଙ୍କୁ ଜଙ୍ଗଲକୁ ଉଠାଇ ନେଇଥିଲେ। ଜଙ୍ଗଲରେ ଲଳିନ୍ଦ୍ର ହିଁ ପ୍ରଥମେ ଦୁଷ୍କର୍ମ କରିଥିଲେ ବୋଲି ପୀଡ଼ିତା କହିଛନ୍ତି। ମୁଖ୍ୟ ଖଳନାୟକ ଲଳିନ୍ଦ୍ରକୁ କାହିଁକି ଛାଡ଼ି ଦିଆ ଯାଉଛି ବୋଲି ପୀଡ଼ିତା ପ୍ରଶ୍ନ କରିଛନ୍ତି। ଏହାସହିତ ଲଳିନ୍ଦ୍ର ସମେତ ସମସ୍ତ ଅଭିଯୁକ୍ତମାନଙ୍କୁ ଫାଶି ଦିଆଯାଉ ବୋଲି ସେ ଦାବି କରିଛନ୍ତି। ଲଳିନ୍ଦ୍ରକୁ ଛାଡି ଦିଆଗଲେ ସେ ଆତ୍ମହତ୍ୟା କରିବେ ବେଲି କହିଥିଲେ।
ଗତ ୧୪ ତାରିଖ ଦିନ ଭବନୀପାଟଣାରୁ ଯୁବତୀ ଜଣଙ୍କ ଘରକୁ ଫେରୁଥିବାବେଳେ ବସ୍ ଫେଲ ହୋଇଯାଇଥିଲେ। ସେହି ବାଟରେ ଆସୁଥିବା ଜଣେ ଯୁବକଙ୍କୁ ଲିଫ୍ଟ ମାଗିଥିଲେ। ଉକ୍ତ ଯୁବକ ତାଙ୍କୁ ଲିଫ୍ଟ ଦେଇଥିଲେ। ସେ ଯୁବକଙ୍କ ସହିତ ବାଇକରେ ଫେରୁଥିବା ବାଟରେ ୪/୫ ଜଣ ଦୁର୍ବୃତ୍ତ ତାଙ୍କୁ ଛୁରି ଦେଖାଇ ଜଙ୍ଗଲକୁ ନେଇ ଯାଇ ଦୁଷ୍କର୍ମ କରିଥିଲେ। ଭିଡିଓ ଭାଇରାଲ ହେବାପରେ ପୀଡିତା ଜୁନାଗଡ଼ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏହାପରେ ପୁଲିସ ତନାଘନା ଆରମ୍ଭ କରିଥିଲା। ତେବେ ଲିଫ୍ଟ ଦେଇଥିବା ବାଇକ ଚାଳକଙ୍କ ଏଥିରେ କୌଣସି ସମ୍ପୃକ୍ତି ନାହିଁ ବୋଲି ଏସପି ସ୍ପଷ୍ଟ କରିଥିଲେ।

Comments are closed.