Odisha Link
Bridging the Missing Links in Odisha

୧୮ବର୍ଷ ସାନ ଅଭିନେତ୍ରୀଙ୍କ ସହ ଲିଭ୍‌ ଇନ୍‌ରେ ଅଛନ୍ତି ଏହି ଖଳନାୟକ

ମୁମ୍ବାଇ : ବଲିଉଡର ଖଳନାୟକ ଭାବରେ ପରିଚିତ ରାହୁଲ ଦେବ୍‌ । ସିନେମାରେ ତାଙ୍କ ଅଭିନୟକୁ ଦର୍ଶକ ପସନ୍ଦ କରୁଥିବା ବେଳେ ବିଭିନ୍ନ ସିନେମା ଇଣ୍ଡଷ୍ଟ୍ରିରେ ସେ କାମ କରି ଆସିଛନ୍ତି । ସେ ପ୍ରଥମେ ମଡେଲିଂ କରୁଥିଲେ ତାପରେ ଅଭିନୟ ଜଗତ କୁ ପାଦଦେଇଥିଲେ । ସେ ବଲିଉଡ୍‌କୁ ସିନେମା ‘ଚାମ୍ପିୟନ’ ଜରିଆରେ ଆସିଥିଲେ । ତାପରେ ତାଙ୍କୁ ଅନେକ ସିନେମାରେ ଖଳନାୟକ ଭୂମିକାରେ ଦେଖିବାକୁ ମିଳିଥିଲା ।ସେ ୨୭ ସେପ୍ଟେମ୍ବର ୧୯୬୮ ମସିହା ଦିଲ୍ଲୀ ରେ ଜନ୍ମ ଗ୍ରହଣ କରିଛନ୍ତି । ରାହୁଲ ହିନ୍ଦି ସିନେମାରେ କାମ କରିବା ସହ ତାମିଲ, ତେଲଗୁ,କନ୍ନଡ,ପଞ୍ଜାବ ଆଦି ସିନେମାରେ ମଧ୍ୟ କାମ କରିଛନ୍ତି ।


ରାହୁଲ ସବୁବେଳେ ନିଜ ଚରିତ୍ରକୁ ନେଇ ଚର୍ଚ୍ଚାରେ ରହିଥାନ୍ତି । ଏବେ ସେ ନିଜ ପ୍ରେମ ଜୀବନକୁ ନେଇ ଚର୍ଚ୍ଚାରେ ରହିଛନ୍ତି । ଅଭିନେତ୍ରୀ ମୁଗ୍ଧା ଗଡ୍‌ସେଙ୍କ ସହ ସଂପର୍କକୁ ନେଇ ଚର୍ଚ୍ଚା ଜୋର ଧରିଛି । ମୁଗ୍ଧା ବଲିଉଡ୍‌ କୁ ସିନେମା ଫ୍ୟାଶନ ଜରିଆରେ ଆସିଥିଲେ। ଦୁହେଁ ଏବେ ସାଥୀରେ ସୋସିଆଲ ମିଡିଆରେ ଅନେକ ଫଟୋ ସେୟାର କରୁଛନ୍ତି । ରାହୁଲ ମୁଗ୍ଧାଙ୍କଠାରୁ ୧୮ବର୍ଷ ବଡ଼ ହୋଇଲେ ମଧ୍ୟ ଦୁହେଁ ଲିଭ୍‌ ଇନ୍‌ରେ ରହୁଛନ୍ତି । ରାହୁଲଙ୍କ ପତ୍ନୀଙ୍କର ୨୦୦୯ରେ କର୍କଟ ରୋଗରେ ମୃତ୍ୟୁ ହୋଇଥିଲା, ତାପରେ ସେ ମୁଗ୍ଧାଙ୍କ ପ୍ରେମରେ ପଡ଼ିଥିଲେ ।

Comments are closed.