Odisha Link
Bridging the Missing Links in Odisha

ଗୋଳାବନ୍ଧ ଆର୍ମି ଏୟାର ଡିଫେନ୍ସ ସେଣ୍ଟରର ଯୋଗଦେଲେ ରାଷ୍ଟ୍ରପତି

ବ୍ରହ୍ମପୁର: ଗୋଳାବନ୍ଧସ୍ଥିତ ଆର୍ମି ଏୟାର ଡିଫେନ୍ସ ସେଣ୍ଟର ପ୍ରତିଷ୍ଠା ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଲେ ରାଷ୍ଟ୍ରପତି। ୨୫ ବର୍ଷରୁ ଊର୍ଦ୍ଧ୍ବ ସମୟ ଧରି ଉଲ୍ଲେଖନୀୟ ସେବା ପାଇଁ ଏହି ଆର୍ମି ଏୟାର ଡିଫେନ୍ସ ସେଣ୍ଟରକୁ ସମ୍ମାନଜନକ ‘କଲର୍ ଆୱାର୍ଡ ପ୍ରଦାନ କରିଛନ୍ତି ରାଷ୍ଟ୍ରପତି।
ଏହି କାର୍ଯ୍ୟକ୍ରମରେ ଭାରତୀୟ ସ୍ଥଳସେନା ମୁଖ୍ୟ ଜେନେରାଲ୍ ବିପିନ ରାୱତ, ଓଡ଼ିଶାର ରାଜ୍ୟପାଳ ଫ୍ରପେସର ଗଣେଶୀ ଲାଲ୍, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଲେଫ୍ଟନାଣ୍ଟ ଜେନେରାଲ ଅଶ୍ବିନୀ କୁମାର ଓ ଲେଫ୍ଟନାଣ୍ଟ ଜେନେରାଲ ଏ.ପି. ସିଂ ପ୍ରମୁଖ ଯୋଗ ଦେଇଥିଲେ।
ଏଥିପାଇଁ ବ୍ରହ୍ମପୁରରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରିପଠାରୁ ଗୋଳାବନ୍ଧ ଆର୍ମି ଏୟାର ଡିଫେନ୍ସ କଲେଜ ମୁଖ୍ୟ ଫାଟକ ୩ କି.ମି. ରାସ୍ତା ପୋଲିସ ଛାଉଣିରେ ପରିଣତ ହୋଇଛି। ୧୨ ପ୍ଲାଟୁନ ଫୋର୍ସ ଓ ଶହେ ପୋଲିସ ଅଧିକାରୀ ମୁତୟନ ଅଛନ୍ତି।

Comments are closed.