ଗୁଳିମାଡ଼ରେ ଆମେରିକାର ପ୍ରଥମ ଶିଖ୍ ପୁଲିସ୍ ଅଧିକାରୀ ସନ୍ଦୀପ ସିଂହଙ୍କ ମୃତ୍ୟୁ

ଆମେରିକା: ଆମେରିକାର ପ୍ରଥମ ଶିଖ ପୁଲିସ୍ ଅଧିକାରୀ ସନ୍ଦୀପ ସିଂହ ଧଲିୱାଲଙ୍କର ଗୁଳିମାଡରେ ମୃତ୍ୟୁ ଘଟିଛି। ଆମେରିକୀୟ ରାଜ୍ୟ ଟେକ୍ସାସରେ ସନ୍ଦୀପଙ୍କୁ ଏକ ଟ୍ରାଫିକ ପୋଷ୍ଟରେ କ୍ରମାଗତ ଭାବେ ଗୁଳି କରି ହତ୍ୟା କରାଯାଇଛି। ଆମେରିକୀୟ ପୁଲିସର ଜଣେ ବରିଷ୍ଠ ଅଧିକାରୀ ଇଡ ଗୋନଜାଲେଜ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ଘଟଣା ସମୟରେ ସନ୍ଦୀପ ଏକ ଟ୍ରାଫିକ ଡ୍ୟୁଟିର ତଦନ୍ତ କରୁଥିଲେ।
ଇଡ ଗୋନଜାଲେଜ କହିଛନ୍ତି, ସନ୍ଦୀପ ଧଲିୱାଲଙ୍କୁ ଗାଡ଼ିରେ ଯାଉଥିବା ୨ ଜଣ ପୁରୁଷ ଓ ମହିଳା ଅଟକାଇଥିଲେ। ସେମାନଙ୍କ ମଧ୍ୟରୁ ଜଣେ କାରରୁ ବାହାରି ସନ୍ଦୀପଙ୍କ ଉପରକୁ ଅଚାନକ ଗୁଳି କରିଥିଲା। ଗୁଳିମାଡ଼ ପରେ ଆତତାୟୀ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା। ପୋଲିସ ସନ୍ଦୀପଙ୍କ ମୃତଦେହକୁ ଉଦ୍ଧାର କରି ଘଟଣାର ତଦନ୍ତ କରୁଛି।
ସନ୍ଦୀପ ସିଂହ ବିବାହିତ ଥିଲେ ଏବଂ ତାଙ୍କର ୩ଟି ସନ୍ତାନ ଥିଲେ। କମିଶନର ଆଦ୍ରିଆନ ଗାର୍ସିଆ କହିଛନ୍ତି, ସନ୍ଦୀପ ଥିଲେ ଅନେକଙ୍କ ପାଇଁ ଉଦାହରଣ। ସେ ତାଙ୍କ ସଂପ୍ରଦାୟକୁ ଭଲ ପାଉଥିଲେ। ଅପରପକ୍ଷେ ତାଙ୍କର ସଂପ୍ରଦାର ଲୋକେ ମଧ୍ୟ ସନ୍ଦୀପଙ୍କୁ ସମ୍ମାନ କରୁଥିଲେ।