Odisha Link
Bridging the Missing Links in Odisha

ଭୁବନେଶ୍ବର ଆରଟିଓ ଅଫିସରୁ ଗିରଫ ହେଲେ ୩ ଦଲାଲ

ଭୁବନେଶ୍ବର: ରାଜ୍ୟ ସାରା ଆରଟିଓ ଅଫିସକୁ ଦଲାଲମୁକ୍ତ କରିବାକୁ ଜାରି ରହିଛି ଅଭିଯାନ। ଏହି କ୍ରମରେ ଆଜି ଭୁବନେଶ୍ବର ଆରଟିଓ ଅଫିସରୁ ଗିରଫ ହୋଇଛନ୍ତି ୩ଦଲାଲ। ଏପଟେ ଭୁବନେଶ୍ବର ଆରଟିଓ ପରିସରରେ ଦଲାଲ ମାନେ ବସୁଥିବା କ୍ୟାବିନ୍ ଗୁଡିକୁ ହଟାଯିବା କାର୍ଯ୍ୟ ଜାରି ରହିଛି।
ସେପଟେ ସହିଦ ନଗର ବିଏମସି ଅଫିସ ଓ ଓଏସଆରଟିସିରେ ଲର୍ଣ୍ଣିଂ ଲାଇସେନ୍ସ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ହୋଇଛି। ଦିନ ୧୦ଟାରୁ ସଂଧ୍ୟା ୫ଟା ପର୍ଯ୍ୟନ୍ତ ଏହି ସୁବିଧା ମିଳିବ। ତେଣୁ ଲମ୍ବା ଧାଡିରେ ଅଛନ୍ତି ଆବେଦନକାରୀ।
ଲର୍ଣ୍ଣିଂ ଲାଇସେନ୍ସ ପାଇଁ କ୍ୟାମ୍ପ ଅଫିସକୁ ଆସୁଥିବା ବ୍ୟକ୍ତି ଆପ୍ଲିକେସନ ଫର୍ମର କପି ଓ ଆକନଲେଜମେଣ୍ଟ, ଆଧାର କାର୍ଡ, ଶିକ୍ଷାଗତ ଯୋଗ୍ୟତା, ବ୍ଲଡ ଗ୍ରୁପ ସାର୍ଟିଫିକେଟ ସାଙ୍ଗରେ ଆଣିବେ।
ସାରା ଦେଶରେ ନୂଆ ମୋଟର ଯାନ ଆଇନ ଲାଗୁ ହେବା ପରେ ଟ୍ରାଫିକ ନିୟମ କଡାକଡି କରାଯାଇଥିଲା। କାଗଜପତ୍ର ନଥିବା ଗାଡି ଚାଳକମାନଙ୍କ ଠାରୁ ମୋଟା ଅଙ୍କର ଜରିମାନା ଆଦାୟ କରାଯାଇଥିଲା। ଏହା ପରେ ଆରଟିଓ ଲାଗିଥିଲା ଲମ୍ବା ଲାଇନ। ଶୀଘ୍ର କାଗଜପତ୍ର କରେଇ ଦେବା ପାଇଁ ଦଲାଲମାନେ ସକ୍ରିୟ ହୋଇଉଠିଥିଲେ। ପରେ ସରକାର ଲୋକଙ୍କୁ ଆଶ୍ବସ୍ତି ଦେବା ପାଇଁ ଡିଏଲ୍ ବାଧ୍ୟତାମୂଳକ ସମୟ ସୀମା ୩ ମାସ ବୃଦ୍ଧି କରିଛନ୍ତି।

Comments are closed.