Odisha Link
Bridging the Missing Links in Odisha

ଖୋଲିଲା ହୀରାକୁଦର ଜଳ ଭଣ୍ଡାରର ଆଉ ୨ଟି ଗେଟ୍‍

ସମ୍ବଲପୁର: ହୀରାକୁଦ ଜଳ ଭଣ୍ଡାରର ଜଳସ୍ତର ବୃଦ୍ଧି ପାଉଛି। କିଛିଦିନ ହେବ ଜଳଭଣ୍ଡାରର ଜଳସ୍ତର ସର୍ବୋଚ୍ଚ ସ୍ତର ୬୩୦ ଫୁଟ ରହୁଛି। ଜଳଭଣ୍ଡାରର ଜଳସ୍ତରକୁ ନଜରରେ ରଖି ୧୮ଟି ଗେଟ୍‍ ଦେଇ ଜଳ ନିଷ୍କାସନ କରାଯାଉଛି। ସୋମବାର ସକାଳ ୬ଟା ସୁଦ୍ଧା ଜଳଭଣ୍ଡାର ମଧ୍ୟକୁ ୩ ଲକ୍ଷ୧୨ ହଜାର ୯୯୩ ଘନଫୁଟ ଜଳ ପ୍ରବେଶ କରୁଥିବା ବେଳେ ସମ ପରିମାଣର ଜଳ ନିଷ୍କାସିତ ହେଉଛି। ରବିବାର ସୁଦ୍ଧା ମୋଟ ୧୬ ଟି ଗେଟ୍‍ ଦେଇ ଜଳ ନିଷ୍କାସନ କରାଯାଉଥିବା ବେଳେ ସୋମବାର ଆଉ ୨ଟି ଗେଟ୍‍ ଖୋଲାଯାଇଛି। ମୋଟ ୧୮ ଟି ଗେଟ ଦେଇ ଜଳ ନିଷ୍କାସନ କରାଯାଉଛି।

Comments are closed.