Odisha Link
Bridging the Missing Links in Odisha

ତିନିଜଣ ଯୁବକଙ୍କୁ ଗ୍ରାମବାସୀଙ୍କ ନିସ୍ତୁକ ମାଡ଼

ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ସିଂଲା ଥାନା ଅନ୍ତର୍ଗତ ଶ୍ୟାମାରାଇପୁର ଗ୍ରାମରେ ଚୋରି କରିଥିବା ଅଭିଯୋଗରେ ତିନିଜଣ ଯୁବକଙ୍କୁ ଗ୍ରାମବାସୀ ନିସ୍ତୁକ ମାଡ଼ ମାରିଥିବା ଜଣାପଡ଼ିଛି।
ସୂଚନା ଅନୁଯାୟୀ, ଶ୍ୟାମାରାଇପୁର ଗ୍ରାମରେ ଯାତ୍ରା ଚାଲିଥିବା ବେଳେ ରବିବାର ରାତିରେ ଚୋର ଘରେ ପଶି ଚୋରି ଉଦ୍ୟମ କରୁଥିଲେ। ସେହି ସମୟରେ ସେମାନେ ଗ୍ରାମବାସୀଙ୍କ ହାବୁଡ଼ରେ ପଡ଼ିଯାଇଥିଲେ। ଗ୍ରାମବାସୀ ସେମାନଙ୍କୁ ଧରି ବାନ୍ଧିବା ସହ ମାଡ଼ ମାରିଥିଲେ। ଖବର ପାଇ ପୁଲିସ ସୋମବାର ସକାଳେ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏତଦ୍‍ ବ୍ୟତୀତ ମାଡ଼ ଖାଇବା ଫଳରେ ଚୋରଙ୍କ ଶରୀରରେ ଆଘାତ ଲାଗିବାରୁ ସେମାନଙ୍କୁ ବସ୍ତା ମେଡ଼ିକାଲରେ ଭର୍ତ୍ତି କରାଯାଇଛି।

Comments are closed.