Odisha Link
Bridging the Missing Links in Odisha

‘ଅନୁଭବଙ୍କୁ ଅଭିନୟ ଜଣା, ରାଜନୀତି ଜଣା ନାହିଁ’

କଟକ: ରାତିର କଳି ଏବେ ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ। ଗତକାଲି ଅନୁଭବ ମହାନ୍ତି ସୋଶିଆଲ ମିଡିଆରେ ଅଭିଯୋଗ କରିଥିବା ବେଳେ ତାଙ୍କ ପିଏସଓ ଆଜି ପୁରୀ ଘାଟ ଥାନାରେ ମଞ୍ଜିତ ଦାସଙ୍କ ବିରୋଦ୍ଧରେ ଏତଲା ଦେଇଛନ୍ତି। ହେଲେ ଏହାକୁ ନେଇ ରାତିର କଳି ବଢ଼ି ଚାଲିଛି। ଏହାପରେ ମଞ୍ଜିତ ଗଣମାଧ୍ୟମରେ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଅନୁଭବଙ୍କୁ ରାଜନୀତିରେ ଆହୁରି ବହୁତ ଶିଖିବାକୁ ପଡ଼ିବ।

ଆହୁରି ମଧ୍ୟ କହିଛନ୍ତି ଯେ, ସେ କେବଳ ଜଣେ ସୁପରଷ୍ଟାର ତାଙ୍କୁ ରାଜନୀତି ମାଲମୁ ନାହିଁ। ଦଳ ପିଲା ମାନଙ୍କୁ ନେଇ କେମିତି ଚାଲିବାକୁ ପଡ଼େ ତାଙ୍କୁ ଶିଖି ବାକୁ ପଡ଼ିବ। ସେ ପୂର୍ବରୁ ରାଜ୍ୟସଭା ଯାଇଥିଲେ ଏବେ ନୂଆ କରି ଲୋକସଭାକୁ ଯାଇଛନ୍ତି। ଲୋକସଭାରେ କିପରି ରାଜନୀତି କରିବାକୁ ପଡ଼େ ତାଙ୍କୁ ଶିଖିବାକୁ ପଡ଼ିବ। ସେ ମୋତେ ଧମକ ଦେବା ସହ ମାମୁଘର ପଠାଇ ଦେବି ଏବଂ ମୋ ପଲିଟିକାଲ କ୍ୟାରିଅର ସଫା କରିଦେବେ ବୋଲି ଅନୁଭବ କହିଛନ୍ତି। ଅନୁଭବ କ୍ଷମତାର ଦୁରୂପଯୋଗ କରୁଛନ୍ତି ବୋଲି କହିଛନ୍ତି ମଂଜିତ। ମୋର ପୋଲିସ ଉପରେ ବିଶ୍ବାସ ଅଛି ମୋତେ ନ୍ୟାୟ ମିଳିବ। ଅନୁଭବଙ୍କ ନାଁରେ ପାଲଟା ଏତଲା କରିବେ କି ପ୍ରଶ୍ନରେ ଉତ୍ତର। ଏତଲା କରି ଦଳର ଇମେଜ ଖରାପ କରିବାକୁ ଚାହିଁବିନି।

ସୂଚନାଯୋଗ୍ୟ,  ଆଜି ମଂଜିତ ଦାସଙ୍କ ବିରୋଧରେ କଟକ ପୁରୀଘାଟ ଥାନାରେ  ମାମଲା ରୁଜୁ ହୋଇଛି।  ଗତକାଲି ରାତିରେ ସାଂସଦ ଅନୁଭବ ମହାନ୍ତିଙ୍କ ପିଏସଓ କଟକ ପୁରୀଘାଟ ଥାନାରେ ଦାଏର କରିଥିବା ଅଭିଯୋଗ ଆଧାରରେ ଆଜି ମାମଲା ରୁଜୁ ହୋଇଛି । ଆଇପିସିର ଦଫା ୩୪୧, ୩୨୩, ୨୯୪, ୩୦୭, ୩୭୯ରେ ମାମଲା ହୋଇଛି।

ସାଂସଦ ଅନୁଭବ ମହାନ୍ତି ମଂଜିତଙ୍କ ନାଁରେ ଗତକାଲି  ଟ୍ୱିଟ୍ ମାଧ୍ୟମରେ କମିଶନରଙ୍କୁ ଅଭିଯୋଗ ଜଣାଇଥିଲେ। ଏହାସହ ଅନ୍ୟ ଏକ ଟ୍ୱିଟରେ ପୁରୀଘାଟ ଥାନା ଆଇଆଇସି ତାଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିବା ଅଭିଯୋଗ ବି କରିଥିଲେ ।

Comments are closed.