Odisha Link
Bridging the Missing Links in Odisha

ବିଶ୍ୱ ବରିଷ୍ଠ ନାଗରିକ ଦିବସ ପାଳିତ

ଭୁବନେଶ୍ୱର :ବିଶ୍ୱ ବରିଷ୍ଠ ନାଗରିକ ଦିବସ ଅବସରରେ ସଭିଙ୍କୁ ସାମାଜିକ ସୁରକ୍ଷା ପେନସନ୍ ବିଷୟକୁ ନେଇ ଆଲୋଚନା ହୋଇଥିଲା । ହେଲ୍ପଏଜ୍ ଇଣ୍ଡିଆ ତଥା ସିଫାର ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ସାମାଜିକ ପ୍ରତିଷ୍ଠାନ, ବରିଷ୍ଠ ନାଗରିକ ମଚଂର ସଦସ୍ୟବୃନ୍ଦ ତଥା ଛାତ୍ରଛାତ୍ରୀମାନେ ଯୋଗଦେଇ ଥିଲେ । ମାନ୍ୟବର ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ମୂଖ୍ୟ ଅତିଥି ଭାବେ ତଥା ବ୍ରତତୀ ହରିଚନ୍ଦନ – ନିର୍ଦ୍ଦେଶିକା (ସାମାଜିକ ସୁରକ୍ଷା ବିଭାଗ), ରାଜ କିଶୋର ମିଶ୍ର – ଖାଦ୍ୟ ସୁରକ୍ଷା ଅଭିଯାନ ତଥା ଭାରତୀ ଚକ୍ର –ରାଜ୍ୟଶାଖା ମୂଖ୍ୟ, ହେଲ୍ପ ଏଜ ଇଣ୍ଡିଆ ଅନ୍ୟତମ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ ।


ଭାରତୀ ଚକ୍ର ଭାରତର ବିଭିନ୍ନ ରାଜ୍ୟରେ ସାମାଜିକ ସୁରକ୍ଷା ପେନସନ୍ ର ସ୍ଥିତି ପ୍ରସ୍ତୁତ କରିବା ସହ ଓଡିଶାରେ ପେନସନ୍ ପାଉଥିବା ଲୋକଙ୍କର ସମସ୍ୟା ତଥା ନ ପାଉଥିବା ଲୋକଙ୍କ ସମସ୍ୟା ବାବଦରେ ଆଲୋଚନା କରିଥିଲେ ଓ ସମସ୍ତ ବରିଷ୍ଠ ନାଗରିକଙ୍କୁ ସାମାଜିକ ସୁରକ୍ଷା ପେନସନ୍ ରେ ଯୋଡିବାକୁ ଓ ପେନସନ୍ର ପରିମାଣ ବଢାଇବାକୁ ଦାବି ଉପସ୍ଥାପନ କରିଥିଲେ । ରାଜକିଶୋର ମିଶ୍ର ସାରା ରାଜ୍ୟରେ ଖାଦ୍ୟସୁରକ୍ଷା ତଥା ସାମାଜିକ ସୁରକ୍ଷା ପେନସନର ସ୍ଥିତିକୁ ନେଇ ଆଲୋଚନା କରିଥିଲେ । ବ୍ରତତୀ ହରିଚନ୍ଦନ, ସାମାଜିକ ସୁରକ୍ଷା ବିଭାଗ ଦ୍ୱାରା ବରିଷ୍ଠ ନାଗରିକ ମାନଙ୍କ ପାଇଁ ହେଉଥିବା କାର୍ଯ୍ୟକ୍ରମ ସମ୍ବନ୍ଧରେ ଆଲୋଚନା କରିଥିଲେ ।
ମାନ୍ୟବର ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ରାଜ୍ୟ ସରକାରଙ୍କର ଅସହାୟ ଲୋକଙ୍କ ପାଇଁ ସାମାଜିକ ସୁରକ୍ଷାର ପ୍ରତିବଦ୍ଧତା ବାବଦରେ ଆଲୋଚନା କରିଥିଲେ । ସେ ଉପସ୍ଥିତ ଲୋକଙ୍କ କଥା ଧ୍ୟାନର ସହ ଶୁଣିବା ସହିତ ରାଜ୍ୟସରକାର ସାମାଜିକ ସୁରକ୍ଷା ପେନସନକୁ (୬୦ରୁ ୮୦ ବର୍ଷ ମଧ୍ୟରେ) ଟ.୩୦୦ ରୁ ଟ. ୫୦୦ କୁ ତଥା (୮୦\ବର୍ଷରୁ ଉଦ୍ଧ୍ୱର୍) କ୍ଷେତ୍ରରେ ଟ୫୦୦ ରୁ ଟ.୭୦୦ କୁ ବୃଦ୍ଧି କରିଛନ୍ତି । ରାଜ୍ୟ ସରକାର ସର୍ବଦା ଲୋକାଭିମୂଖୀ କାର୍ଯ୍ୟ ଦିଗରେ ତତ୍ପର ଅଛନ୍ତି ବୋଲି ସେ ଜଣାଇଥିଲେ । କାର୍ଯ୍ୟକ୍ରମ ଶେଷରେ ରଞୟ କୁମାର ଦାସ, ଷ୍ଟେଟ୍ ପ୍ରୋଗ୍ରାମ ମ୍ୟାନେଜର୍, ହେଲ୍ପ ଏଜ ଇଣ୍ଡିଆ ଧନ୍ୟବାଦ ଅର୍ପଣ କରିଥିଲେ ।

Comments are closed.