Odisha Link
Bridging the Missing Links in Odisha

ଗାନ୍ଧୀ ଜୟନ୍ତୀ ଅବସରରେ ରାଜନୈତିକ ଦଳର ପଦଯାତ୍ରା

ଭୁବନେଶ୍ବର: ଆଜିଠୁ ରାଜ୍ୟର ତିନି ପ୍ରମୁଖ ରାଜନୈତିକ ଦଳ ପଦଯାତ୍ରା ଆରମ୍ଭ ହୋଇଛି। ବିଜେଡି ଜନସମ୍ପର୍କ ପଦଯାତ୍ରା, ବିଜେପିର ଗାନ୍ଧୀ ସଂକଳ୍ପ ପଦଯାତ୍ରା ଓ କଂଗ୍ରେସର ଅହିଂସା ପଦଯାତ୍ରା ଅନୁଷ୍ଠିତ ହୋଇଛି। ଏଥିପାଇଁ ତିନି ଦଳ ଜୋରଦାର ପ୍ରସ୍ତୁତି କରିଛନ୍ତି। ପ୍ରତି ବର୍ଷ ପରି ଗାନ୍ଧି ଜୟନ୍ତୀରୁ ବିଜେଡି ଜନସମ୍ପର୍କ ପଦଯାତ୍ରା ଆରମ୍ଭ ହୋଇଛି। ଏହା ଅକ୍ଟୋବର ୧୧ ତାରିଖ ଜୟପ୍ରକାଶ ଜୟନ୍ତୀ ପର୍ଯ୍ୟନ୍ତ ଚାଲିବ। ବିଜେଡି ସଭାପତି ନବୀନ ପଟ୍ଟନାୟକ ଏହି ପଦଯାତ୍ରାର ଶୁଭାରମ୍ଭ କରିଛନ୍ତି। ଏହି ପଦଯାତ୍ରା ଦ୍ୱାରା ରାଜ୍ୟ ସରକାରଙ୍କ ବିକାଶମୂଳକ କାର୍ଯ୍ୟକୁ ଲୋକଙ୍କ ନିକଟରେ ପହଁଚାଇବାକୁ ଦଳ ଯୋଜନା କରିଛି।
ସେହିପରି ବିଜେପି ପକ୍ଷରୁ ଦେଶବ୍ୟାପି ଗାନ୍ଧୀ ସଂକଳ୍ପ ପଦଯାତ୍ରା ଆରମ୍ଭ ହୋଇ ଯାଇଛି। ଏହି କ୍ରମରେ ରାଜ୍ୟର ସମସ୍ତ ସଂସଦୀୟ ଓ ବିଧାନସଭା କ୍ଷେତ୍ରରେ ୧୫ ଦିନ ଧରି ପଦଯାତ୍ରା ଆୟୋଜନ କରାଯିବ। ପଦଯାତ୍ରା ଅବସରରେ ଗାନ୍ଧୀଜୀଙ୍କ ବାର୍ତା, ସ୍ୱଦେଶୀ, ସ୍ୱଛତା, ସ୍ୱରାଜ, ସ୍ୱାବଲମ୍ବୀ, ସରଳ ଜୀବନ ଯାପନ, ଜଳ ସଂରକ୍ଷଣ, ନିଶା ନିବାରଣ ଆଦି ସମ୍ପର୍କରେ ସାଧାରଣ ଜନତାଙ୍କୁ ସଚେତନ କରାଯାଉଛି।
କଂଗ୍ରେସ ପକ୍ଷରୁ ବି ରାଜଧାନୀରେ ଅହିଂସା ପଦଯାତ୍ରା ଆରମ୍ଭ ହୋଇ ଯାଇଛି। ମହାତ୍ମାଗାନ୍ଧୀ ପାର୍କରୁ ପଦଯାତ୍ରା ଆରମ୍ଭ କରିଛି କଂଗ୍ରେସ। କଂଗ୍ରେସର ୩୩ ସାଂଗଠନିକ ଜିଲ୍ଲାର ୩୩ ଜଣ ପ୍ରେରକ ତୃଣମୂଳ ସ୍ତରରେ କଂଗ୍ରେସ କର୍ମୀଙ୍କୁ ଏକାଠି କରିଛି।

Comments are closed.