Odisha Link
Bridging the Missing Links in Odisha

ବିଜ୍ଞାନ ଯୁଗରେ ବି ଅନ୍ଧବିଶ୍ୱାସର ରାଜୁତି

ଯାଜପୁର: ଅନ୍ଧବିଶ୍ୱାସର ଅଭାବନୀୟ ଚିତ୍ର ଯାଜପୁର ଜିଲ୍ଲାରେ ଦେଖିବାକୁ ମିଳିଛି। ସାପୁକାମୁଡ଼ା ପରେ ମେଡିକାଲ ନ ଯାଇ ମନ୍ଦିରରେ ଜଣେ ବ୍ୟକ୍ତି ଅଧିଆ ପଡ଼ିଥିବା ଦେଖିବାକୁ ମିଳିଛି।
ମିଳିଥିବା ସୂଚନା ଅନୁସାରେ, ଯାଜପୁର ଜିଲ୍ଲା କୋରୋଇ ଥାନା ଅନ୍ତର୍ଗତ ଅସନଝର ଗାଁର ରମାକାନ୍ତ ନାୟକଙ୍କୁ ସାପ କାମୁଡ଼ି ଦେଇଥିଲା। ହେଲେ ସେ ତୁରନ୍ତ ଚିକିତ୍ସା ଲାଗି ମେଡିକାଲ ନ ଯାଇ ଗାଁ ମନ୍ଦିରରେ ଅଧିଆ ପଡ଼ିଛନ୍ତି। ଆଉ ତାଙ୍କ ଦେହରୁ ବିଷ ବାହାର କରିବା ପାଇଁ ମନ୍ଦିରରେ ପୂଜାପାଠ ଚାଲିଛି।ସବୁଠାରୁ ଆଶ୍ଚର୍ଯ୍ୟର କଥା, ଚିକିତ୍ସା ଲାଗି ମେଡିକାଲ ନେବାକୁ ସ୍ଥାନୀୟ ଲୋକେ ଆମ୍ବୁଲାନ୍ସ ଡାକିଥିଲେ ବି ସେ ମେଡିକାଲକୁ ଯାଇ ନ ଥିଲେ। ଶେଷରେ ଆମ୍ବୁଲାନ୍ସ ଖାଲି ଫେରି ଯାଇଥିଲା। ଅନ୍ୟପକ୍ଷରେ ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।

Comments are closed.