Odisha Link
Bridging the Missing Links in Odisha

ଉଦ୍ଧାର ହେଲା ଦମ୍ପତିଙ୍କ ମୃତଦେହ

ଟାଙ୍ଗୀ : ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ନଈରୀ ପଞ୍ଚାୟତର ସାନ ନଈରୀ ଗାଁରେ ଅଭାବନୀୟ ଘଟଣା ଘଟିଛି। ସ୍ବାମୀ ଏବଂ ସ୍ତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ମୃତକ ହେଲେ ନଈରୀ ଗାଁର ସନା ସାହୁ ଓ ତାଙ୍କ ସ୍ତ୍ରୀ ଶିବାନୀ ସାହୁ।
ସୂଚନାଯୋଗ୍ୟ ଗତ ୩ ମାସ ତଳେ ଉଭୟ ପ୍ରେମ ବିବାହ କରିଥିଲେ। ସାନ-ନଈରୀ ଗାଁରେ ଦୁହେଁ ଭଡାରେ ରହୁଥିଲେ। ପାରିବାରିକ କଳହକୁ କେନ୍ଦ୍ରକରି ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ଘଟଣାସ୍ଥଳରେ ବାଣପୁର ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Comments are closed.