Odisha Link
Bridging the Missing Links in Odisha

ଟ୍ରକ୍‌କୁ ପଛରୁ ପିଟିଲା ଯାତ୍ରୀବାହୀ ବସ୍‌

କେନ୍ଦୁଝରରେ: କେନ୍ଦୁଝରରେ ସଡକ ଦୁର୍ଘଟଣା ହୋଇଛି। ଟ୍ରକ୍‌କୁ ପଛରୁ ପିଟିଲା ଯାତ୍ରୀବାହୀ ବସ୍। ଦୁର୍ଘଟଣାରେ ୭ଜଣ ଗୁରୁତର ହୋଇଥିବାବେଳେ ୧୦ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି।
ମିଳିଥିବା ସୂଚନା ଅନୁସାରେ, ବିଳମ୍ବିତ ରାତିରେ ବଡବିଲରୁ ଭୁବନେଶ୍ବର ଯାଉଥିବା ଶ୍ରୀରାମ ନାମକ ବସଟି ୨୦ନମ୍ବର ଜାତୀୟ ରାଜପଥର ନେଙ୍କଡାଘର ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଯାତ୍ରୀମାନେ ଶୋଇପଡିଥିବାରୁ ଦୁର୍ଘଟଣାଟି କିପରି ଘଟିଲା ଜାଣିପାରିନାହାନ୍ତି। ତେବେ ଡ୍ରାଇଭରଙ୍କ କହିବା ଅନୁସାରେ ଟ୍ରକ୍‌ଟି ହଠାତ୍ ବ୍ରେକ୍ ମାରିବା ପରେ ବସ୍‌ଟି ଯାଇ ପିଟି ହୋଇଯାଇଥିଲା। ଦୁର୍ଘଟଣା ପରେ ଗାଁ ଲୋକେ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଆହତମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ।

Comments are closed.