Odisha Link
Bridging the Missing Links in Odisha

ତାରାଙ୍କ ନାଚରେ ଝୁମିଲେ ଦର୍ଶକ

ଜୟପୁର: ରାଜନୀତିରେ ସର୍ବଦା ଚର୍ଚ୍ଚାରେ ରହିଥାନ୍ତି କଂଗ୍ରେସ ନେତା ତାରା ପ୍ରସାଦ ବାହିନୀପତି। ଏବେ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ଡ୍ୟାନ୍ସକୁ ନେଇ ଚର୍ଚ୍ଚା। ମଞ୍ଚ ଉପରେ ରଙ୍ଗୀନ ମିଜାଜରେ ନାଚି ଦର୍ଶକଙ୍କ ମନ ମୋହିଲେ ବିଧାୟକ।

ଶାରଦୀୟ ଦୁର୍ଗାପୂଜାକୁ ନେଇ ଜୟପୁର ସହରରେ ଗତକାଲି ଏକ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏଥିରେ ଓଲିଉଡ୍‌ କଣ୍ଠଶିଳ୍ପୀମାନେ ଯୋଗଦେଇ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରୁଥିଲେ। ଏହି ସମୟରେ ତାରା ବାହିନୀପତି ମଞ୍ଚ ଉପରକୁ ଯାଇ ଏକ ସମ୍ବଲପୁରୀ ଗୀତରେ ଗାୟିକା ପମିଙ୍କ ସହ ଗୀତର ଧୁନରେ ନାଚିଥିଲେ। ତାରାଙ୍କ ଏହି ନୃତ୍ୟ ମଞ୍ଚରେ ଉପସ୍ଥିତ ଦର୍ଶକଙ୍କୁ ବେଶ୍ ଆମୋଦିତ କରିଥିଲା।

ଏହାପୂର୍ବରୁ ମଧ୍ୟ ତାରା ପ୍ରସାଦ ବାହିନୀପତି ଡ୍ୟାନ୍ସ କରି ଚର୍ଚ୍ଚାକୁ ଆସିଛନ୍ତି।

Comments are closed.